www.samajalive.in
Tuesday, December 9, 2025
16.1 C
Bhubaneswar

ସମୀତ କରଙ୍କୁ ଉତ୍କଳ ପ୍ରତିଭା ସମ୍ମାନ

ସମ୍ବଲପୁର : ସମ୍ବଲପୁରୀ ଫେସନ ଡିଜାଇନର ସମୀତ କରଙ୍କୁ ଉତ୍କଳ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି । ରାଜଧାନୀ ଭୁବନେଶ୍ୱର ଜୟଦେବ ଭବନ ଠାରେ ଓଡିଶା ଫେସନ ଭିଲ୍ଲା ଦ୍ୱାରା ଆୟୋଜିତ ‘ଖଦି ଫେଷ୍ଟା ସୋ’ ରେ ସମ୍ବଲପୁରର ଫେସନ ଡିଜାଇନର ସମିତ କର ଓ ତାଙ୍କ ଅନୁଷ୍ଠାନ ସମ୍ବଳିକାର ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ । ସମ୍ବଲପୁରୀ ହ୍ୟାଣ୍ଡଲୁମରୁ ନିର୍ମିତ ବିଭିନ୍ନ ପ୍ରକାରର ସମ୍ବଲପୁରୀ ଆଧୁନିକ ଡିଜାଇନ ପୋଷାକ ଜରିଆରେ ସମୀତ କର ହ୍ୟାଣ୍ଡଲୁମ ଶିଳ୍ପରେ ଏକ ନୂତନ ଫର୍ଦ୍ଦ ଯୋଡିଛନ୍ତି । ହ୍ୟାଣ୍ଡଲୁମ ଶିଳ୍ପକୁ କ୍ରମାଗତ ଭାବରେ ପ୍ରୋତ୍ସାହିତ କରି ଆସୁଥିବା ସମୀତ କରଙ୍କୁ ଆୟୋଜକ ମାନଙ୍କ ତରଫରୁ ଫେସନ ଡିଜାଇନର ବର୍ଗରେ ‘ଉତ୍କଳ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ବର୍ଗ ଯଥା ସମାଜସେବା, ସ୍ୱାଧିନତା ସଂଗ୍ରାମୀ, ମେକଅପ ଆର୍ଟିଷ୍ଟ, ଖେଳ ଆଦିରେ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତି ମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା। ପୂର୍ବତନ  ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ କୁମାର ଘଡେଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମୀତ ଓ ଅନ୍ୟ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ଆୟୋଜିତ ଫେସନ ସୋରେ ବିଭିନ୍ନ ସ୍ଥାନରୁ ଆସିଥିବା ମଡେଲ ମାନେ ସମ୍ବଲପୁରୀ ପୋଷାକ ପରିଧାନ କରି ରାମ୍ପ କୁ ଓହ୍ଲାଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଘଡେଇ, ଅନୁଷ୍ଠାନର ମୁଖ୍ୟ ଅଭିଜିତ ମହାନ୍ତିଙ୍କ ସମେତ ଅତିଥି ମାନେ ସମ୍ବଲପୁରୀ ଫେସନ ଡିଜାଇନକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନରେ ସମୀତ କର ଓ ସମ୍ବଳିକାର ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସମୀତଙ୍କୁ ଏହି ସଫଳତା ପାଇଁ ସବୁ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories