www.samajalive.in
Monday, December 8, 2025
17.1 C
Bhubaneswar

ରେଳ ନିରାପତ୍ତା ଆୟୁକ୍ତଙ୍କ ଦ୍ୱାରା ରେଳ ଆଧୁନିକୀକରଣ ନିରୀକ୍ଷଣ

ସମ୍ବଲପୁର  : ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳର ଅଞ୍ଚଳ ଗୁଡିକରେ ରେଳ ଆଧୁନିକୀକରଣ ଓ ତୃତୀୟ ରେଳ ଧାରଣା କାର୍ଯ୍ୟ କରାଯାଉଛି। ଏହି କ୍ରମରେ ଗୁରୁବାର ମଣ୍ଡଳ ଅଧିନସ୍ଥ ଟିଟିଲାଗଡ-ବିଜୟନଗରମ୍ ତୃତୀୟ ରେଳ ଧାରଣା ଓ ବିଦ୍ୟୁତିକରଣ ପ୍ରକଳ୍ପର ରୁପ୍ରାରୋଡ-ନର୍ଲା ରୋଡ-ଲାଞ୍ଜିଗଡ ରୋଡ ସେକ୍ସନର କାର୍ଯ୍ୟ ନିରୀକ୍ଷଣ କରାଯାଇଛି । ଏଣୁ ଦକ୍ଷିଣ ପୂର୍ବ ମଣ୍ଡଳର ରେଳବାଇ ନିରାପତ୍ତା ଆୟୁକ୍ତ ଏ.ଏମ. ଚୌଧୁରୀ ଆଜି ଉକ୍ତ ସେକ୍ସନର କାର୍ଯ୍ୟ ନିରୀକ୍ଷଣ ସମୟରେ ଓଭରହେଡ ଉପକରଣ, ରେଳଧାରଣା, ପୋଲ, ମାନବଯୁକ୍ତ ରେଳବାଇ ଫାଟକ, ସଙ୍କେତ ଓ ଦୂର ସଞ୍ଚାର ଉପକରଣ ଆଦି ନିରୀକ୍ଷଣ କରିଛନ୍ତି । ଏଥି ସହ ନିରୀକ୍ଷଣ ସମୟରେ ସ୍ପିଡ ଟ୍ରାଏଲ ଲାଞ୍ଜିଗଡ ରୋଡ-ରୁପ୍ରାରୋଡ ଷ୍ଟେସନ ମଧ୍ୟରେ ସକାଳ ୮ଟାରୁ ୬ ଘଣ୍ଟା ପର୍ଯ୍ୟନ୍ତ କରାଯାଇଛି । ଏହି କାର୍ଯ୍ୟ ହେବା ଦ୍ୱାରା ମଣ୍ଡଳର ରୁପ୍ରାରୋଡ-ନର୍ଲା ରୋଡ-ଲାଞ୍ଜିଗଡ ରୋଡ ମଧ୍ୟରେ ରେଳ ପରିଚାଳନା ସୁଗମ ହୋଇ ପାରିବ । ଏହି ଅବସରରେ ମଣ୍ଡଳ ପ୍ରବନ୍ଧକ ସମ୍ବଲପୁର ବିନୀତ ସିଂହ, ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଅମର ପ୍ରକାଶ ଦ୍ୱିବେଦୀ, ପୂର୍ବତଟ ରେଳବାଇ ମୁଖ୍ୟାଳୟ ଓ ସମ୍ବଲପୁର ରେଳ ମଣ୍ଡଳର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories