ସମ୍ବଲପୁରଠାରେ ଫେଡେରାଲ ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର : ଫେଡେରାଲ ବ୍ୟାଙ୍କର ନୂତନ ଶାଖା ସମ୍ବଲପୁରସ୍ଥିତ ହୋଟେଲ ସାଇ କୃପା ପାଶ୍ୱର୍ରେ ଥିବା ଜେଲ୍‌ ଛକ ଠାରେ କୃଷି ବିଭାଗ ଓ କୃଷକ ସଶକ୍ତିକରଣ ବିଭାଗର ସରକାରୀ ପରାମର୍ଶଦାତା ତଥା ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଡାଇରେକ୍ଟର ସଞ୍ଜୟ କୁମାର ବାବୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି ।

ଏହି ଶାଖାରେ ଥିବା ନୂତନ ଏଟିଏମ୍‌କୁ ସମ୍ବଲପୁର, ଜ୍ୟୋତି ଭବନର ଡାଇରେକ୍ଟର ଜନି ଆଣ୍ଟୋନି ଉଦ୍‌ଘାଟନ କରିଥିବା ସହ ଷ୍ଟ୍ରଙ୍ଗ୍‌ ରୁମ୍‌କୁ ଦିବାକର ଇଞ୍ଜିନିୟରିଂ ପ୍ରାଇଭେଟ୍‌ ଲିଃ ସମ୍ବଲପୁରର ପରିଚାଳନା ନିର୍ଦ୍ଦେଶକ ସୁରେଶ ଦିବାକର ଉଦ୍‌ଘାଟନ କରିଥିଲେ । ଏହି ନୂତନ ଶାଖା ରାଜ୍ୟର ୨୮ ତମ ଶାଖା ଅଟେ । ଏହି ଅବସରରେ କୋଲକାତା ଅଞ୍ଚଳ ମୁଖ୍ୟ ସାବୁ ଆର୍‌. ଏସ୍‌ ଏବଂ ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ମନୋଜ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Comments are closed.