www.samajalive.in
Sunday, December 14, 2025
16.1 C
Bhubaneswar

୮ ଜାନୁଆରୀ ସୁଦ୍ଧା ଜବାବ ଦିଅ, ନ ହେଲେ ଫେବୃଆରୀରେ କଳା ତାଲିକାଭୁକ୍ତ ହେବା ନିଶ୍ଚିତ

ଜବାବ ତଲବ କଲା ଏଫଏଟିଏଫ – ଆତଙ୍କୀ ସଂଗଠନ ସହ ସମ୍ପୃକ୍ତ ମଦ୍ରାସା ଉପରେ କି ପଦକ୍ଷେପ ନେଇଛି ଜଣାଉ ପାକିସ୍ତାନ
ଇସଲାମାବାଦ: ଆତଙ୍କୀ କାର୍ଯ୍ୟକଳାପ ପାଇଁ ଅର୍ଥ ଯୋଗାଇବା ଉପରେ ନଜର ରଖୁଥିବା ସଂସ୍ଥା ‘ଏଫଟିଏଫ’ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତ ମଦ୍ରାସା ଉପରେ କି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପାକିସ୍ତାନକୁ ପ୍ରଶ୍ନ କରିଛନ୍ତି। କେବଳ ତଥ୍ୟ ନୁହେଁ, କେତେ ସଂଖ୍ୟକ ମଦ୍ରାସା ଉପରେ ପଦକ୍ଷେପ ନିଆଯାଇଛି ତାହା ଜଣାଇବା ପାଇଁ ଏଫଟିଏଫ କହିଛି।

ପାରିସ ସ୍ଥିତ ଏଫଟିଏଫକୁ ପାକିସ୍ତାନ ପକ୍ଷରୁ ଆତଙ୍କବାଦ ଏବଂ ସେହି ସଙ୍ଗଠନଗୁଡିକୁ ଅର୍ଥ ଯୋଗାଣ ବନ୍ଦ ଉପରେ ରିପୋର୍ଟ ଉପସ୍ଥାପନ ପରେ ଏଫଟିଏଫ ଏଭଳି ଜବାବ ତଲବ କରିଛି। ୨୦୨୦ ଫେବୃଆରୀ ପର୍ଯ୍ୟନ୍ତ ଏଫଟିଏଫ ପାକିସ୍ତାନକୁ ଗ୍ରେ ସୂଚୀରେ ରଖିଥିବା ବେଳେ ଗତ ଅକ୍ଟୋବରରେ ଚେତାବନୀ ଦେଇଥିଲା ଯେ ଯଦି ପାକିସ୍ତାନ ୨୭ଟି ନିର୍ଦ୍ଧାରିତ ନିୟମ ମଧ୍ୟରୁ ଶେଷ ୨୨ଟି ନିୟମ ଅନୁପାଳନ ନ କରେ, ସେ କ୍ଷେତ୍ରରେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରାଯିବ। ପାକିସ୍ତାନ ଚଳିତ ଡିସେମ୍ବର ୬ରେ ୨୨ଟି ନିୟମ ଅନୁପାଳନ ସମ୍ପର୍କିତ ରିପୋର୍ଟ ଏଫଟିଏଫରେ ଉପସ୍ଥାପନ କରିଥିଲା।

- Advertisement -

ରିପୋର୍ଟ ସମୀକ୍ଷା କରିବା ପରେ ଏଫଟିଏଫ ପାକିସ୍ତାନକୁ ପୁଣି ୧୫୦ଟି ପ୍ରଶ୍ନର ଉତ୍ତର ଦେବାକୁ କହିଛି। ଏଥି ପାଇଁ ଆସନ୍ତା ମାସ ୮ ତାରିଖ ଧାର୍ଯ୍ୟ କରାଯାଇଛି। ଏହି ପ୍ରଶ୍ନ ଗୁଡିକ ମଧ୍ୟରେ ନୂଆ ତଥ୍ୟ ଏବଂ କେତେ ସଂଖ୍ୟାରେ ମଦ୍ରାସାକୁ ଆର୍ଥିକ ସାହାଯ୍ୟ ବନ୍ଦ କରାଯାଇଛି ତାହାର ଜବାବ ମାଗିଛି ଏଫଟିଏଫ। ଆସନ୍ତା ଜାନୁଆରୀ ୨୧ରୁ ୨୪ ମଧ୍ୟରେ ବେଜିଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏଫଟିଏଫ ପାକିସ୍ତାନର ଜବାବ ଉପରେ ସମୀକ୍ଷା କରିବ ବୋଲି ଜଣା ପଡିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories