www.samajalive.in
Saturday, December 6, 2025
16.1 C
Bhubaneswar

୧୨୫ ଫୁଟ ବୋରୱେଲରେ ଜୀବନ ସହ ୧୦୯ ଘଣ୍ଟା ଲଢ଼ିଥିବା ୩ବର୍ଷୀୟ ଫତେହବୀର ଆଖି ବୁଜିଲା

ଅମୃତସର: ଶେଷରେ ଆଖି ବୁଜିଲା ୩ ବର୍ଷୀୟ ଶିଶୁ ଫତେହବୀର ସିଂହ। ୧୨୫ ଫୁଟ ଗଭୀର ବୋରୱେଲ ଭିତରେ ୧୦୯ ଘଣ୍ଟା ଧରି ଜୀବନ ଲଢ଼େଇ କରି ଫତେହବୀର ଜୀବିତ ଉଦ୍ଧାର ହୋଇଥିଲେ ମଧ୍ୟ ତା’ର ଜୀବନ ରକ୍ଷା କରାଯାଇପାରି ନାହିଁ। ପଞ୍ଜାବର ସଙ୍ଗରୁର ଅଞ୍ଚଳରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳ ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ଫତେହବୀର ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛି।

ସୂଚନା ମୁତାବକ, ଫତେହବୀର ଗତ ଗୁରୁବାର ଅପରାହ୍ନ ପ୍ରାୟ ୪ଟାରେ ଖେଳୁଥିବାବେଳେ ବୋରୱେଲ ପାଇଁ ଖୋଳାଯାଇଥିବା ଏକ ଗର୍ତ୍ତ ଭିତରେ ଖସିପଡ଼ିଥିଲେ। ଏ ସମ୍ପର୍କରେ ସୂଚନା ମିଳିବା ପରେ ତୁରନ୍ତ ଏନଡିଆରଏଫ ଟିମ୍‌ ଏବଂ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏନଡିଆରଏଫର ୨୬ ସଦସ୍ୟ ଏଥିରେ ନିୟୋଜିତ ଥିଲେ। ବୋରୱେଲ ନିକଟରେ ସମାନ୍ତରାଳ ଭାବେ ଏକ ଟନେଲ ଖୋଳାଯାଇ ୪ଦିନ ପରେ ମଙ୍ଗଳବାର ଭୋର ପ୍ରାୟ ୫ଟା ୧୨ରେ ତାକୁ ବାହାର କରାଯାଇଥିଲା। ସେଠାରୁ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ସେ ପ୍ରାଣ ହରାଇଥିଲେ। ତାଙ୍କୁ ଯେତେବେଳେ ହସ୍ପିଟାଲ ନିଆଯାଇଥିଲା ସେତେବେଳେ ଶରୀର ଫୁଲିଯାଇଥିଲା ଏବଂ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ରହିଥିଲା। ଫତେହବୀରକୁ ଉଦ୍ଧାର କରିବା ପର୍ଯ୍ୟନ୍ତ ବୋରୱେଲ ଭିତରେ ଅମ୍ଳଜାନ ଯୋଗାଣ ବଢ଼ାଇ ଦିଆଯାଇଥିଲା। ଏଥିସହ ଏକ କ୍ୟାମେରା ଭିତରକୁ ଛଡ଼ାଯାଇ ତା’ ଉପରେ ନଜର ରଖାଯାଇଥିଲା। ୨୪ ଘଣ୍ଟିଆ ଡାକ୍ତରୀ ଆମ୍ବୁଲାନ୍ସ ମହଜୁଦ ରହିଥିଲା। ଫତେହବୀରଙ୍କ ମା’ ଏବଂ ପରିବାର ଲୋକେ ଖ୍ବାଜା ପୀରଙ୍କ ନିକଟରେ ମାଥା ଟେକି ସୁରକ୍ଷିତ ଭାବେ ତା’ର ଉଦ୍ଧାର ପାଇଁ ପ୍ରାର୍ଥନା କରିଥିଲେ। କିନ୍ତୁ ଫତେହବୀରର ମୃତ୍ୟୁ ପରେ ସବୁ ନିଷ୍ଫଳ ହୋଇଯାଇଥିଲା। ସୂଚନାଯୋଗ୍ୟ, ଗତ ସୋମବାର ଫତେହବୀରର ଜନ୍ମଦିନ ଥିଲା ଏବଂ ସେ ୩ବର୍ଷରେ ପଦାର୍ପଣ କରିଥିଲା।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories