www.samajalive.in
Sunday, December 7, 2025
26.1 C
Bhubaneswar

ପାକିସ୍ତାନ ବାୟୁସୀମା ଦେଇ ବିସ୍କେକ୍‌ ଯିବେ ମୋଦୀ, ଇମ୍ରାନ ଦେଲେ ଅନୁମତି

ନୂଆଦିଲ୍ଲୀ: ଆସନ୍ତା ୧୩ ଏବଂ ୧୪ ତାରିଖରେ ହେବାକୁ ଥିବା ସଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କିରଗିଜସ୍ତାନର ରାଜଧାନୀ ବିସ୍କେକ୍‌ ସହରରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିଲାଗି ମୋଦୀଙ୍କୁ ପାକିସ୍ତାନୀ ବାୟୁସୀମା ଦେଇ ବିମାନରେ ଯିବାକୁ ପଡ଼ିବ। ତେଣୁ ଏଥିପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅନୁମତି ଦେଇଛନ୍ତି। ଇମ୍ରାନ ମଧ୍ୟ ଏହି ବୈଠକରେ ଯୋଗଦେବେ।

ଗତ ଫେବୃୟାରୀ ୨୬ରେ ବାଲାକୋଟରେ ଥିବା ଜୈଶ ଆତଙ୍କବାଦୀ ଶିବିରରେ ଭାରତୀୟ ବାୟୁସେନା ପକ୍ଷରୁ ଆକ୍ରମଣ କରାଯିବା ପରଠାରୁ ପାକିସ୍ତାନ ବିମାନ ଉଡ଼ାଣ ପାଇଁ ରହିଥିବା ଏହାର ବାୟୁସୀମାର ୧୧ଟି ରାସ୍ତାକୁ ବନ୍ଦ କରିଦେଇଥିଲା। ନିକଟରେ ଦକ୍ଷିଣ ପାକିସ୍ତାନ ଅଞ୍ଚଳରେ ଆକାଶମାର୍ଗରେ ମାତ୍ର ୨ଟି ରାସ୍ତା ଖୋଲାଯାଇଥିଲା। ତେବେ ମୋଦୀଙ୍କ ବିସ୍କେକ୍‌ ଗସ୍ତକୁ ଦୃଷ୍ଟିରେ ରଖି ପାକିସ୍ତାନ ବାୟୁସୀମା ଦେଇ ମୋଦୀଙ୍କ ବିମାନ ଉଡ଼ାଣ ପାଇଁ ଅନୁମତି ଦେବା ଲାଗି ଭାରତ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହାକୁ ଇମ୍ରାନ ଗ୍ରହଣ କରିବା ସହ ମୋଦୀଙ୍କ ବିମାନ ଯିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।

- Advertisement -

ପାକିସ୍ତାନ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ, ଏ ସମ୍ପର୍କିତ ସମସ୍ତ ଔପଚାରିକତା ପୂରଣ ହେବା ପରେ ଭାରତ ସରକାରଙ୍କୁ ଆମ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇ ଦିଆଯିବ। ଏ ନେଇ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ନିର୍ଦେଶ ଦିଆଯିବ। ଏହା ସହିତ ସେ କହିଥିଲେ, ପାକିସ୍ତାନ ଆଶା ରଖିଛି ଯେ ଭାରତ ବି ଶାନ୍ତି ଆଲୋଚନା ପାଇଁ ଏହାର ପ୍ରସ୍ତାବକୁ ସ୍ବୀକାର କରିବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories