www.samajalive.in
Saturday, December 6, 2025
23.1 C
Bhubaneswar

୨୬ ଦିନରେ ପହଞ୍ଚିଲା ଆନ୍ଦୋଳନ; ଆଜିଠୁ କୃଷକଙ୍କ ଉପବାସ ଅନଶନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ସୋମବାର ୨୬ ଦିନରେ ପହଞ୍ଚିଛି। ସରକାର କୃଷକଙ୍କ ଦାବି ଶୁଣି ନ ଥିବାରୁ ଆନ୍ଦୋଳନକୁ ତୀବ୍ର କରିବା ଲାଗି କୃଷି ସଂଗଠନଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାରଠାରୁ ଆନ୍ଦୋଳନରତ ଚାଷୀମାନେ ଉପବାସ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ପ୍ରତିଦିନ ୧୧ ଚାଷୀ ଉପବାସ ଅନଶନରେ ବସିବେ ବୋଲି ସୂଚନା ମିଳିଛି।

କେବଳ ଉପବାସ ଅନଶନ ନୁହେଁ, ଆଗାମୀ ଦିନରେ ଚାଷୀମାନେ ଟୋଲ ପ୍ଲାଜାରେ ଟିକସ ଛାଡ଼ କରିବା ସହିତ ଥାଳି ବଜାଇବା ଲଭି କାର୍ଯ୍ୟକ୍ରମ ଆୟୋଜିତ କରାଯିବ ବୋଲି ସଂଗଠନଗୁଡ଼ିକ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳ ଥଣ୍ଡା ମଧ୍ୟରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଥଣ୍ଡା ଯୋଗୁ ଅନେକ ଚାଷୀଙ୍କ ଜୀବନ ଚାଲିଯାଇଥିଲେ ହେଁ ସେମାନେ ଜିଦରେ ଅଟଳ ରହିଛନ୍ତି। ଦାବି ପୂରଣ ନ ହେବା ଯାଏ ହଟିବେ ନାହିଁ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି।

- Advertisement -

ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଉପବାସ ଅନଶନରେ ୧୧ ଚାଷୀ ସାମିଲ ହୋଇଛନ୍ତି। ସେମାନେ ହେଉଛନ୍ତି ଜୟ କୃଷକ ଆନ୍ଦୋଳନର ରବିନ୍ଦର କୌର ଗିଲ୍‌, ଭାରତୀୟ କୃଷକ ୟୁନିୟନ ଏକତାର ଅଧ୍ୟକ୍ଷ ଜଗଜିତ ସିଂହ ଦଲେୱାଲ, କୁଲଦୀପ ସିଂହ ଦୟାଲା, ଫୁରମାନ ସିଂହ ସନ୍ଧୁ, ବୁଟା ସିଂହ ଚକ୍ର, ଡା. ସତନାମସିଂହ ଅଜନାଲା, ଅବତାର ସିଂହ ଫୌରଜୀୱାଲା, ଭୂପିନ୍ଦର ସିଂହ ଲୋଙ୍ଗୋୱାଲ, ଜଙ୍ଗବୀର ସିଂହ ଚୌହ୍ବାନ, ମୁକେଶ ଚନ୍ଦ୍ର, ବଲଜିତ ସିଂହ ଏବଂ ବଲଦେବ ସିଂହ ସିର୍‌ସା।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories