www.samajalive.in
Saturday, December 6, 2025
26.1 C
Bhubaneswar

‘କାର୍ଗିଲ ଯୁଦ୍ଧ ସମୟରେ ଅଟଳ ବିହାରୀ ବାଜପେୟୀ ନୱାଜ ସରିଫଙ୍କ ସହ ୫ଥର କଥା ହୋଇଥିଲେ’- ଶକ୍ତି ସିହ୍ନା

ନୂଆଦିଲ୍ଲୀ: କାର୍ଗିଲ ଯୁଦ୍ଧକୁ ନେଇ କିଛି ରୋଚକ ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କାର୍ଗିଲ ଯୁଦ୍ଧ ବିଷୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ବିଶ୍ୱାସ କରିଥିଲେ ଯେ, ପାକିସ୍ତାନର ସେନା ମୁଖ୍ୟ ଏହି ଯୁଦ୍ଧ ବିଷୟରେ ନୱାଜ ସରିଫଙ୍କୁ ଅବଗତ କରାଇ ନାହାନ୍ତି। ଏହା ଭାବି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ତିକ୍ତତାକୁ ଦୂର କରିବା ପାଇଁ ଯୁଦ୍ଧ ସମୟରେ ବାଜପେୟୀ ସରିଫଙ୍କ ସହ ଚାରିରୁ ପାଞ୍ଚ ଥର କଥା ହୋଇଥିଲେ। ପ୍ରାୟ ସାଢେ ତିନି ବର୍ଷ ଧରି ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିବା ଶକ୍ତି ସିହ୍ନାଙ୍କ ଦ୍ୱାରା ବାଜପେୟୀଙ୍କ ନୂତନ ପୁସ୍ତକ ‘ବାଜପେୟୀ: ଦି ଇୟର୍ସ ଡେଟ ଚେଞ୍ଜ୍ ଇଣ୍ଡିଆ’ରେ ଏହା ପ୍ରକାଶ କରାଯାଇଛି।

ଶକ୍ତି ସିହ୍ନା ତାଙ୍କ ପୁସ୍ତକରେ ପ୍ରକାଶ କରିଛନ୍ତି ଯେ, ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ। ବାଜପେୟୀଙ୍କ ୯୬ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ତାଙ୍କ ପୁସ୍ତକ ଡିସେମ୍ବର ୨୫ରେ ପ୍ରକାଶ କରିବେ। ସିହ୍ନା ବର୍ତ୍ତମାନ ଭଦୋଦରା ଏମଏସ ୟୁନିଭରସିଟିରେ ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ ଅଫ ପଲିସି ରିସର୍ଚ୍ଚ ଏବଂ ଆନ୍ତର୍ଜାତୀୟ ଅଧ୍ୟୟନର ନିର୍ଦ୍ଦେଶକ ଅଟନ୍ତି।

- Advertisement -

ସେ କହିଛନ୍ତି ଯେ, ବାଜପେୟୀଙ୍କୁ ଆଜି ସମସ୍ତେ ଭଲ ପାଉଛନ୍ତି ଆଦର କରୁଛନ୍ତି। ହେଲେ ୧୯୯୮ ମସିହାରେ ସରକାର ଗଠନ ପାଇଁ ତାଙ୍କୁ କେତେ ସଂଘର୍ଷ କରିବାକୁ ପଡିଛି ତାହା ଲୋକମାନେ ଜାଣନ୍ତି ନାହିଁ। ଏହା ସହ ସେ ଆଣବିକ ପରୀକ୍ଷଣ କରିବା ଏବଂ ପାକିସ୍ତାନ ସହ ବନ୍ଧୁତ୍ୱର ହାତ ବଢାଇଭା ଭଲି କଠିନ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପରେ କାର୍ଗିଲ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଥିଲା। ନିଜ ସରକାରରେ ସେ ବହୁ ବାର ବିରୋଧର ମଧ୍ୟ ସମ୍ମୁଖୀନ ହୋଇଥିଲେ।

ଦୁଇଥର ସ୍ୱଳ୍ପ ମିଆଦି ଏବଂ ଥରେ ପୂର୍ଣ୍ଣକାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀ ଜଣେ ସମ୍ବେଦନଶୀଳ କବି ଥିଲେ। ସେ ପୋଖରାନ ଆଣବିକ ପରୀକ୍ଷଣ ମଧ୍ୟ କରିଥିଲେ ଏବଂ ସୁବର୍ଣ୍ଣ ଚତୁର୍ଭୁଜ ଯୋଜନା ପରି ଏକ ଉଚ୍ଚାଭିଳାଷୀ ସଡକ ପ୍ରକଳ୍ପର ଯୋଜନା କରିଥିଲେ। ତାଙ୍କର ଠୋସ୍ ନିଷ୍ପତ୍ତିଗୁଡିକ ସାମାରିକ ଏବଂ ଅର୍ଥନୈତିକ ନୀତିରେ ଅନେକ ସଫଳତା ଆଣିଦେଲା। ଶୀତଳ ଯୁଦ୍ଧପରେ ଆମେରିକା ସହ ବିଗିଡିଥିବା ସମ୍ପର୍କକୁ ପୁଣି ସଜାଡ଼ିଥିଲେ। ପ୍ରକାଶିତ ହେବାକୁ ଥିବା ୩୦୦ ପୃଷ୍ଠାର ପୁସ୍ତକରେ ମୋଟ ୧୦ଟି ଅଧ୍ୟାୟ ରହିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories