www.samajalive.in
Sunday, December 14, 2025
19.1 C
Bhubaneswar

ଦିଲ୍ଲୀ ସୀମାରୁ ଆଜିଠାରୁ କୃଷକଙ୍କ ଘରବାହୁଡା

ନୂଆଦିଲ୍ଲୀ: ଦୀର୍ଘ ଏକବର୍ଷରୁ ଅଧିକ କାଳ କୃଷି ଆଇନ ପ୍ରତ୍ୟାହାର ସମେତ କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଆଦି ଦାବିରେ ଆନ୍ଦୋଳନର ଚାଷୀମାନେ ସେମାନଙ୍କର ଆନ୍ଦୋଳନ ଧର୍ମଘଟକୁ ପ୍ରତ୍ୟାହାର କରିନେଇଛନ୍ତି। ଏ ସର୍ମ୍ପକରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଘୋଷଣା କରାଯିବା ପରେ ଦିଲ୍ଲୀ ସୀମାନ୍ତରେ ଧାରଣା ଦେଇଥିବା କୃଷକମାନେ ଆଜି ଠାରୁ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି। ସେମାନେ ସେଠାରେ ନିର୍ମାଣ କରିଥିବା ଅସ୍ଥାୟୀ ଆଶ୍ରୟସ୍ଥଳଗୁଡିକୁ ଖୋଲିନେବା ସହିତ ସେମାନଙ୍କର ଆବଶ୍ୟକ ସାମଗ୍ରୀଗୁଡିକୁ ସଜାଡି ଗାଡିରେ ବୋଝେଇ କରୁଛନ୍ତି। କେନ୍ଦ୍ର ସରକାର ସେମାନଙ୍କର ଅଧିକାଂଶ ଦାବି ମାନି ନେଇଥିବାରୁ କୃଷକ ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପଡିଛି। ଶନିବାର ସକାଳ ୯ଟା ଠାରୁ ସେମାନଙ୍କର ଘରବାହୁଡା ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି।
ସିଂଘୁ ସୀମାନ୍ତରେ ଶୁକ୍ରବାର ଦିନ କୃଷକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କର ଅସ୍ଥାୟୀ ଆଶ୍ରୟସ୍ଥଳଗୁଡିକୁ ଖୋଲିବା କାର୍ଯ୍ୟରେ ନିୟୋଜିତ ଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଗୁରୁବାର ଦିନ ଆନ୍ଦୋଳନ ସ୍ଥଗିତ ରଖିବା ବିଷୟ ଘୋଷଣା କରାଯିବା ସହିତ କୃଷକମାନେ ନିଜ ନିଜ ଘରକୁ ଫେରିଯିବାକୁ କୁହାଯାଇଥିଲା। ଡିସେମ୍ବର ୧୧ ତାରିଖ, ଅର୍ଥାତ ଶନିବାର ଦିନ ସେମାନେ ବିଜୟ ଶୋଭାଯାତ୍ରାରେ ଘରବାହୁଡା ଆରମ୍ଭ କରିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ପରାମର୍ଶ ଦେଇଥିଲା। ତେବେ ଜାନୁଆରୀ ୧୫ ତାରିଖରେ କୃଷକମାନଙ୍କର ଏକ ସମୀକ୍ଷା ବୈଠକ ବସି ସରକାର ସେମାନଙ୍କ ଦାବି ପୂରଣ ଦିଗରେ କି ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜଣାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ନଭେମ୍ବର ମାସରେ କୃଷକମାନେ ଆନ୍ଦୋଳନ ଆରମ୍ଭ କରିଥିଲେ। ଭାରତର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ କୃଷକ ଦିଲ୍ଲୀରେ ପହଞ୍ଚି ଆନ୍ଦୋଳନ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories