www.samajalive.in
Sunday, December 14, 2025
26.1 C
Bhubaneswar

ଓମିକ୍ରନ ଆତଙ୍କ; ମୁମ୍ବଇରେ ଦୁଇଦିନ ପାଇଁ ୧୪୪ ଧାରା ଜାରି

ମୁମ୍ବଇ: କୋଭିଡ-୧୯ର ନୂଆ ପ୍ରକରଣ ଓମିକ୍ରନ ବିଶ୍ୱରେ ଆତଙ୍କ ଖେଳାଇଥିବାବେଳେ ଭାରତରେ ସେହି ପ୍ରକରଣରେ ରୋଗୀ ଚିହ୍ନଟ ହେବା ଘଟଣା ମଧ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ମୁମ୍ବଇ ପ୍ରଶାସନିକ କର୍ତ୍ତୃପକ୍ଷ ମହାନଗର ପରିସରରେ ଚଳିତ ଡିସେମ୍ବର ୧୧ ଓ ୧୨ ତାରିଖ ଦୁଇଦିନ ପାଇଁ ୧୪୪ ଧାରା ଜାରି କରିଛନ୍ତି। ଏହି ଅବସରରେ ସମାବେଶ, ଶୋଭାଯାତ୍ରା, ବିକ୍ଷୋଭ ଆଦିକୁ ଅନୁମତି ଦିଆଯିବ ନାହିଁ। ଏହାର ଉଲ୍ଲଂଘନକାରୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ ଧାରା ୧୮୮ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ମହାନଗର ନିଗମ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଅମରାବତୀ, ମାଲେଗାଓଁ ଏବଂ ନାନ୍ଦେଦଠାରେ ଘଟିଥିବା ହିଂସାତ୍ମକ ଘଟଣା ପରେ ମହାନଗର ନିଗମ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟାହତ ହେବା ଆଶଙ୍କା ଥିବାରୁ ଏଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଇତିମଧ୍ୟରେ ମହାରାଷ୍ଟ୍ରରେ ଶୁକ୍ରବାର ଦିନ ସାତଜଣ ଓମିକ୍ରନରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସାଢେ ତିନିବର୍ଷର ଏକ ଶିଶୁ କନ୍ୟା ରହିଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୧୭କୁ ବୃଦ୍ଧିପାଇଛି। ଦେଶର ପାଞ୍ଚଟି ରାଜ୍ୟରେ ସଂପ୍ରତି ୩୨ ଜଣ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତ କରୋନା ରୋଗୀ ରହିଥିବା ସରକାରୀ ସୂତ୍ରରୁ ଜଣାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories