www.samajalive.in
Monday, December 15, 2025
14.1 C
Bhubaneswar

କୃଷକ ଆନ୍ଦୋଳନ : ପୁଣି ଚିଠି ଲେଖିଲେ ସରକାର

ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକଙ୍କୁ ଆଲୋଚନା ଲାଗି ସରକାର ପୁଣି ଥରେ ଚିଠି ଲେଖିଛନ୍ତି। କେନ୍ଦ୍ର କୃଷି ମନ୍ତ୍ରଣାଳୟ ଯୁଗ୍ମ ସଚିବ ବିବେକ ଅଗ୍ରୱାଲ ଆନ୍ଦୋଳନ ଚଳାଇଥିବା ୪୦ଟି କୃଷକ ସଂଗଠନର ନେତାଙ୍କୁ ଆଲୋଚନା ଲାଗି ପତ୍ର ଲେଖିଛନ୍ତି। ସରକାରଙ୍କ ପୂର୍ବ ସଂଶୋଧନ ପ୍ରସ୍ତାବ ଆଧାରରେ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରାଯାଉ ବୋଲି ଶ୍ରୀ ଅଗ୍ରୱାଲ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ଚିଠି ଉପରେ ପ୍ରତିକ୍ରିୟା ଦେଇ କୃଷକ ନେତାମାନେ କହିଛନ୍ତି ଯେ ସେମାନେ ଆଲୋଚନା ପାଇଁ ପ୍ରସ୍ତୁତ; ମାତ୍ର ସେମାନଙ୍କ ଦାବିର ସ୍ଥାୟୀ ସମାଧାନ ହେବା ଦରକାର। ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ କହିଛନ୍ତି ଯେ ସରକାର ଯେଉଁ ଚିଠି ଲେଖିଛନ୍ତି ସେଥିରେ କୃଷି ଆଇନରେ ସଂଶୋଧନ ନିମନ୍ତେ ଦିଆଯାଇଥିବା ପ୍ରସ୍ତାବ ଉପରେ ଆଲୋଚନା କରିବାକୁ କୁହାଯାଇଛି।

ଡିସେମ୍ବର ୯ରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ କଥାବାର୍ତ୍ତା ବାତିଲ କରାଯାଇଥିଲା। ଅମିତ ଶାହାଙ୍କ ସହିତ ବୈଠକ ପରେ ସରକାର କୃଷି ଆଇନରେ ସଂଶୋଧନ ନିମନ୍ତେ ପ୍ରସ୍ତାବ ଦେଇଥିଲେ। ତେବେ ସଂଶୋଧନ ପ୍ରସ୍ତାବକୁ କୃଷକମାନେ ଅଗ୍ରାହ୍ୟ କରିବା ସହିତ ଆଲୋଚନାରୁ ଓହରି ଯାଇଥିଲେ। କୃଷକ ନେତା ଅଭିମନ୍ୟୁ କୋହର କହିଛନ୍ତି ଯେ ସରକାର ଯେଉଁ ଦ୍ବିତୀୟ ଚିଠି ଲେଖିଛନ୍ତି ସେଥିରେ କିଛି ନୂତନତ୍ବ ନାହିଁ। ଆଇନରେ ସଂଶୋଧନ ନିମନ୍ତେ ସରକାର ଦେଇଥିବା ପ୍ରସ୍ତାବକୁ ଆମେ ଅଗ୍ରାହ୍ୟ କରିଦେଇଛୁ। ଏବେ ଏହି ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ସରକାର ଡାକୁଛନ୍ତି। ସରକାର ଆମ ଦାବି ବାବଦରେ ଅବଗତ ଅଛନ୍ତି।

- Advertisement -

ଆମେ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି କରିଛୁ। ଅଲ ଇଣ୍ଡିଆ କିଷାନ ସମିତି ପଞ୍ଜାବର ସହକାରୀ ସମ୍ପାଦକ କାଶ୍ମୀର ସିଂହ କହିଛନ୍ତି ଯେ ସରକାର ପୁନର୍ବାର ଆଲୋଚନା ପାଇଁ ଡାକିବାର କୌଣସି ମୂଲ୍ୟ ନାହିଁ। ସରକାର ଆମ କଥା ଶୁଣିବା ଲାଗି ଆମେ ଏଠାରେ ବସିଛୁ। ତେଣୁ ସରକାର ଆମକୁ ଆଲୋଚନା ପାଇଁ ଦିନ ଧାର୍ଯ୍ୟ ଡାକନ୍ତୁ କିମ୍ବା ଆମ ନିକଟକୁ ଆସନ୍ତୁ। ତେବେ ସଂଯୁକ୍ତ ମୋର୍ଚ୍ଚା ସରକାରଙ୍କ ଏହି ଚିଠି ଉପରେ ମଙ୍ଗଳବାର ଆଲୋଚନା କରି ଯାହା କିଛି ନିଷ୍ପତ୍ତି ନେବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories