www.samajalive.in
Monday, December 15, 2025
26.1 C
Bhubaneswar

ଧାନ ବିକି ନ ପାରି ଉପଜିଲାପାଳଙ୍କ ବାସଭବନ ଘେରିଲେ ଶତାଧିକ ଚାଷୀ

କେଶଦୁରାପାଳ: ଦେଓଗାଁ ସମବାୟ ସିମିତିରେ ଚାଷୀ ମାରଣ ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ ହୋଇଛି। ଏହା ପ୍ରତିବାଦରେ ସୋମବାର ନୂଆପଡ଼ାର ଶତାଧିକ ଚାଷୀ ଆନନ୍ଦପୁର ଉପଜିଲାପାଳଙ୍କ ବାସଭବନ ଘେରାଉ କରିଛନ୍ତି।

ସୂଚନା ଅନୁସାରେ, ଘସିପୁରା ବ୍ଲକ ଅନ୍ତର୍ଗତ ନୂଆପଡ଼ା ଗ୍ରାମବାସୀ ଧାନ ବିକ୍ରି ପାଇଁ ଦେଓଗାଁ ସମବାୟ ସିମିତି ଅଧୀନରେ ଜମି ପଞ୍ଜୀକରଣ କରିଛନ୍ତି। ଗତ ଡିସେମ୍ବର ୨୮ରୁ ସେମାନଙ୍କ ମୋବାଇଲକୁ ମେସେଜ ଆସିଛି। କିନ୍ତୁ ଦେଓଗାଁ ସମବାୟ ସିମିତିର ଟାର୍ଗେଟ ୧୨୦୦୦ କୁଇଣ୍ଟ।ଲ ଥିବାବେଳେ ଏହି ଟାର୍ଗେଟ ପୂରଣ ହୋଇଯାଇଛି। ମେସେଜ ପାଇବାର ୨୦ ଦିନ ବିତିଯାଇଥିଲେ ମଧ୍ୟ ଆଜି ଯାଏ ନୂଆପଡ଼ା ଚାଷୀମାନେ ଟୋକନ ପାଇ ନ ଥିବା ଅଭିଯୋଗ କରିଛନ୍ତି।

- Advertisement -

ସେହିପରି ମଣ୍ଡିରେ ଧାନ କୁଇଣ୍ଟାଲ ପ୍ରତି ୫ରୁ ୭ କି.ଗ୍ରା. କଟାଯାଉଥିବାରୁ ଏହାକୁ ଚାଷୀମାନେ ବିରୋଧ କରିବା ସହିତ କଟନୀଛଟନୀ ବନ୍ଦ କରିବାକୁ ଦାବି କରିଛନ୍ତି। କେନ୍ଦୁଝର ଜିଲା ପ୍ରଶାସନର ନିଷ୍କ୍ରିୟତା ଓ ଦୁର୍ନୀତିଖୋର ମନୋଭାବ କାରଣରୁ ଚାଷୀ ବାଧ୍ୟହୋଇ ଦଲାଲଙ୍କୁ ୧୨୦୦ରୁ ୧୩୦୦ ଟଙ୍କାରେ ଧାନ ବିକୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

ଏହି ସମସ୍ୟାର ସମାଧାନ ଦାବିରେ ଚାଷୀମାନେ ଆଜି ଉପଜିଲାପାଳଙ୍କ ବାସଭବନ ଘେରାଉ କରିବା ସହିତ  ନୂଆପଡ଼ାର ଚାଷୀମାନଙ୍କ ପାଇଁ ଟୋକନ ବ୍ୟବସ୍ଥା କରିବା ଲାଗି ଆନନ୍ଦପୁର ଉପଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। କୃଷ୍ଣଚନ୍ଦ୍ର ରାଉତ, ସତ୍ୟାନନ୍ଦ ଜେନା, ରଞ୍ଜନ କୁମାର ରାଉତ, କୋଦଣ୍ଡ ଧର ସ୍ଵାଇଁ, ଗୋଲକ ବିହାରୀ ଜେନା, ଅକ୍ଷୟ  କୁମାର ମଲ୍ଲିକ, ବିଚିତ୍ର କୁମାର ରାଉତ, ବଳରାମ ରାଉତ, ପ୍ରକାଶ କୁମାର ରାଉତ ପ୍ରମୁଖ ବହୁ ଚାଷୀ ଏଥିରେ ସାମିଲ ହୋଇଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories