www.samajalive.in
Saturday, December 6, 2025
16.1 C
Bhubaneswar

ଡାକ୍ତରଖାନାରେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର

ଟିଟିଲାଗଡ଼: ଟିଟିଲାଗଡ଼ ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଜଣେ ଦଳିତ ଭିନ୍ନକ୍ଷମ ନାବାଳିକା ବଳାତ୍କାରର ଶିକାର ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଘଟଣାର ପ୍ରାୟ ୪ ମାସ ପରେ ନାବାଳିକା ଅନ୍ତଃସତ୍ତ୍ବା ହେବା ନେଇ ପରିବାର ଲୋକେ ଜାଣିବା ପରେ ସୋମବାର ଟିଟିଲାଗଡ଼ ଉପଜିଲାପାଳ ଏବଂ ପୁଲିସ ପାଖରେ ଫେରାଦ ହୋଇଛନ୍ତି।

- Advertisement -

ଅଭିଯୋଗରୁ ପ୍ରକାଶ ଯେ, ମୁରିବାହାଲ ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକ ୧୪ ବର୍ଷ ବୟସ୍କା ଭିନ୍ନକ୍ଷମ ନାବାଳିକା ନିଜ ଭିନ୍ନକ୍ଷମ ଭାଇଙ୍କ ଚିକିତ୍ସା ନେଇ ନିୟମିତ ଅନ୍ତରରେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାକୁ ଆସୁଥିଲେ। ଗତ ବର୍ଷ ସେପ୍ଟେମ୍ବର ମାସରେ ସେ ନିଜ ଭିନ୍ନକ୍ଷମ ଭାଇ ତଥା ମାଆ ସହିତ ଡାକ୍ତରଖାନାର ଶିଶୁ ୱାର୍ଡ଼ରେ ଅବସ୍ଥାନ କରୁଥିଲେ। ଗୋଟିଏ ଦିନ ରାତ୍ରି ପ୍ରାୟ ୧୨ଟାରେ ଜନୈକ ଯୁବକ ଜୋର ଜବରଦସ୍ତି ନାବାଳିକାଙ୍କୁ ପାଇଖାନାକୁ ଟେକି ନେଇ ବଳାତ୍କାର କରିଥିବା, ଏପରିକି କାହାରିକୁ କହିଲେ ମାରିଦେବି ବୋଲି ସେ କୁଆଡ଼େ ଧମକ ଚମକ ଦେଇଥିଲା। ଭିନ୍ନକ୍ଷମ ନାବାଳିକା ବହୁ କଷ୍ଟରେ ଅଳ୍ପ ଅଳ୍ପ କହିବାରେ ସକ୍ଷମ ହେଉଥିବାରୁ ସେ ରକ୍ଷା କରିବା ପାଇଁ ଚିତ୍କାର କଲେ ମଧ୍ୟ କେହି ଶୁଣି ପାରିନଥିଲେ ବୋଲି ଜଣାଯାଇଛି। ଅଭିଯୁକ୍ତ ଜଣକ ଡାକ୍ତରଖାନା ସମ୍ମୁଖରେ ଥିବା ଆହାର କେନ୍ଦ୍ରର କର୍ମଚାରୀ ଏବଂ ପ୍ରତିଦିନ ଡାକ୍ତରଖାନାରେ ରୋଗୀଙ୍କୁ ଖାଦ୍ୟ ବଣ୍ଟନ କରୁଥିବା ପୀଡ଼ିତାଙ୍କ ଭଉଣୀ କହିଛନ୍ତି। ପରିବାର ଲୋକେ ଗତ ୧୬ ତାରିଖ ଡାକ୍ତରଖାନାରେ ଅସୁସ୍ଥ ନାବାଳିକାଙ୍କୁ ଦେଖାଇଥିବା ବେଳେ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା।

ଏ ନେଇ ଆଜି ନାବାଳିକାଙ୍କ ମାଆ, ଭଉଣୀ ତଥା ଭିନ୍ନକ୍ଷମ ଭାଇଙ୍କ ସହ ପୀଡ଼ିତା ଟିଟିଲାଗଡ଼ ଉପଜିଲାପାଳଙ୍କୁ ନ୍ୟାୟ ପାଇଁ ଫେରାଦ ହୋଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ବିରେନ୍ଦ୍ର ବାଗ, ବ୍ଲକ ସରପଞ୍ଚ ସଂଘ ସଭାପତି ବୀରବର ସାହୁ ପ୍ରମୁଖ ପହଞ୍ଚି ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀଙ୍କୁ ସମସ୍ତ ବିଷୟ ଅବଗତ କରାଇଥିଲେ। ଅପରପକ୍ଷରେ ଏ ନେଇ ଲିଖିତ ଅଭିଯୋଗ ପାଇଁ ଦୀର୍ଘ ସମୟ ଧରି ପୀଡ଼ିତା ଥାନା ସମ୍ମୁଖରେ ଅପେକ୍ଷା କରିଥିବା ଦେଖାଯାଇଥିଲା। ସନ୍ଧ୍ୟାରେ ବିଜେପି ନେତାଙ୍କ ହସ୍ତକ୍ଷେପ ପରେ ପୁଲିସ ବିଧିବଦ୍ଧ ଏତାଲା ଦାୟର କରିଥିବା ଜଣାଯାଇଛି। ଟିଟିଲାଗଡ଼ ନଗର ବିଜେପି ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାଶ, ପ୍ରମୋଦ ସରାଫ, ସାଂସଦ ପ୍ରତିନିଧି ଗୁଲାବ ସୋନି, ଯୁବ ମୋର୍ଚ୍ଚା ନେତା ନରସିଂ ସିଂ, ପବିତ୍ର ସାହୁ, ଶରତ ନାୟକ, ସୁରେନ୍ଦ୍ର ବେତ୍ରା, ରାଜା ବଗର୍ତ୍ତି , ପପ୍ପୁ ବାଗ ପ୍ରମୁଖ ଥାନା ଏସ୍‌ଆଇ ସାବିତ୍ରୀ ଖାକାଙ୍କୁ ସାକ୍ଷାତ ସହ ପୀଡ଼ିତାଙ୍କୁ ନ୍ୟାୟ ତଥା ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୁଲିସ ତୁରନ୍ତ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ ନକଲେ ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଦଳୀୟ ନେତା ଚେତାବନୀ ଦେଇଛନ୍ତି। ଶେଷ ଖବର ସୁଦ୍ଧା ପୁଲିସ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି।

Hot this week

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

Related Articles

Popular Categories