www.samajalive.in
Sunday, December 14, 2025
14.1 C
Bhubaneswar

ଧାନ ବିକ୍ରି ପାଇଁ କଟକଣା, ଚିନ୍ତାରେ ବିଷ ପିଇ ଜୀବନ ହାରିଲେ ଚାଷୀ

ରେଙ୍ଗାଲି : କିଛି ଦିନର ବ୍ୟବଧାନ ପରେ ପୁଣି ଚାଷୀ ଆତ୍ମହତ୍ୟା ଭଳି ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ଝାଙ୍କରପାଲି ପଞ୍ଚାୟତ ର କୁସୁମଡିହି ଗ୍ରାମ ର ଦାମୋଦର ବଗର୍ତ୍ତି ନାମକ ଜନୈକ ୩୫ ବର୍ଷ ବୟସ୍କ ଯୁବ ଚାଷୀ ଧାନବିକ୍ରି ପାଇଁ ସରକାରୀ କଟକଣାରେ ହତାସ୍ ହୋଇ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହେଉଛି। ଏହା ଚଳିତ ବର୍ଷର ପ୍ରଥମ ଚାଷୀ ଆତ୍ମହତ୍ୟା ବୋଲି କୁହାଯାଇପାରେ ।

ସୂଚନାରୁ ପ୍ରକାଶ ଯେ, ଦାମୋଦର ବଗର୍ତ୍ତି ସରକାରଙ୍କ ଗଭୀର ନଳଖୂପ ଯୋଜନାରେ ଚାଷ ଜମିରେ ଏକ ଗଭୀର ନଳକୂପ ଖନନ କରିଛନ୍ତି। ସଂପ୍ରତି ସେ ଏବଂ ତାଙ୍କର ବଡଭାଇ ଶରତ ବଗର୍ତ୍ତି ମିଶି ୬ଏକର ଜମିରେ ଧାନ ଚାଷ କରିଛନ୍ତି। ରବି ଋତୁରେ ଗଭୀର ନଳକୂପ ରୁ ହୋଇଥିବା ଧାନ ଚାଷ ପାଇଁ ମାତ୍ର ୧ ହେକ୍ଟର ଜମି ର ଧାନ ବିକ୍ରି ପାଇଂ କାର୍ଡ ଦିଆଯିବ ବୋଲି ସମବାୟ ଏବଂ ଯୋଗାଣ ବିଭାଗ ପକ୍ଷରୁ ପ୍ରଚାର କରଯିବା ପରେ ୬ଏକର ଜମିର ଧାନ କିପରି ବିକ୍ରି ହେବ ସେଇ ଚିନ୍ତାରେ ଦାମୋଦର ମ୍ରିୟମାଣ ହୋଇ ପଡିଥିଲେ ବୋଲି ତାଙ୍କ ସାଙ୍ଗ ସାଥୀ ଏବଂ ପରିବାର ସୁତ୍ରରୁ ପ୍ରକାଶ । ଧାନ ଚାଷ ପାଇଁ ବିଭିନ୍ନ ସୂତ୍ରରୁ ଆଣିଥିବା ଋଣ କିପରି ପରିଶୋଧ କରିବି ବୋଲି ଦାମୋଦର ଘୋର ଚିନ୍ତାରେ ଥିଲେ। କୌଣସି ସମାଧାନର ସୂତ୍ର ନ ପାଇ ସେ ଗତ ୧୨ ତାରିଖ ଶୁକ୍ରବାର ଦିନ ଧାନ କ୍ଷେତ କୁ ଯାଇ ସେଠାରେ କୀଟ ନାଶକ ଔଷଧ ପିଇ ଦେଇ ଘର କୁ ବହୁ କଷ୍ଟ ରେ ଫେରି ଚେତାଶୂନ୍ୟ ହୋଇ ପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥା ପ୍ରଥମେ ସମ୍ବଲପୁର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ ସେଠାରୁ ତାଙ୍କୁ ବୁର୍ଲା ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ବୁର୍ଲା ଡାକ୍ତରଖନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ କୁ ପରିବାର ସଦସ୍ୟଙ୍କ ହସ୍ତାନ୍ତର କରଯିବାରେ ଆଜି ସନ୍ଧ୍ୟାରେ ଗ୍ରମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସ୍ୱାମୀ ଦାମୋଦରଙ୍କ ମୃତ୍ୟୁ ରେ ବ୍ୟଥିତ ପତ୍ନୀ ସଂଯୁକ୍ତା ବଗର୍ତ୍ତି(୩୦) ଦୁଇ ଝିଅ ସୁଷମା (୧୨) ଏବଂ ସୌଦାମିନୀ(୬) ଙ୍କୁ କିପରି ପ୍ରତିପୋଷଣ କରିବେ ଚିନ୍ତାରେ ପଡିଯାଇଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories