www.samajalive.in
Sunday, December 14, 2025
14.1 C
Bhubaneswar

ତଦନ୍ତ ତ୍ରୁଟିପୂର୍ଣ୍ଣ, ରୂପାପଲ୍ଲୀ ଗଣ ବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ କରିବେ ରାଜ୍ୟ ମାନବିକ ଅଧିକାର କମିଶନ ଡିଜି

ବଗରଡ ଜିଲ୍ଲା ଭେଡେନ୍‍ ଥାନା ଅନ୍ତର୍ଗତ ରୂପାପଲ୍ଲୀ ଗାଁରେ ୩ ଜଣ ଦଳିତ ମହିଳାଙ୍କୁ ଗଣ ବଳାତ୍କାର ଓ ୨ ଜଣଙ୍କୁ ହତ୍ୟା ମାମଲାରେ ତଦନ୍ତ ରିପୋର୍ଟ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଓଡିଶା ମାନବିକ ଅଧିକାର କମିଶନ ଏହାକୁ ଅଗ୍ରାହ୍ୟ କରିଛନ୍ତି। ଏବେ ଏହି ଘଟଣାର ତଦନ୍ତ କମିଶନଙ୍କ ଡିଜି କରିବେ। ଏହି ଘଟଣାରେ ବରଗଡ ଡିଏସପି ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ଆବେଦନକାରୀ ଆଡଭୋକେଟ୍‍ ନିଶିକାନ୍ତ ମିଶ୍ର ତଦନ୍ତ ସଠିକ ଭାବେ ହୋଇନଥିବା ଦର୍ଶାଇଥିଲେ।

ସୂଚନା ଅନୁଯାୟୀ ଅଭିଯୋଗକାରୀ ଦର୍ଶାଇଥିଲେ ଯେ ପୁଲିସ କମିଶନଙ୍କ ନିର୍ଦ୍ଦେଶ ସତ୍ୱେ ଏତଲା ରୁଜୁ ନକରି ମାନବିକ ଅଧିକାର ଉଲଂଘନ କରିଥିବାରୁ ପିଡିତାଙ୍କୁ କାହିଁକି କ୍ଷତିପୂରଣ ଦିଆନଯିବ, ତାହା ଜଣାଇବାକୁ କମିଶନ ବରଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏ ସଂପର୍କରେ କମିଶନଙ୍କୁ ପୁଲିସ ଜବାବ ଦେଇପାରିନାହିଁ। ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ ଯେ ପ୍ରଜାକୋର୍ଟ ଦ୍ୱାରା ବାସନ୍ଦ ହୋଇଥିବା ଗୋଟିଏ ପରିବାରର ୩ ମହିଳାଙ୍କୁ ୨୦୧୬ ସେପ୍ଟେମ୍ବର ୨୩ରେ ଭେଡେନ୍‍ ଥାନାର କିଛି ପୁଲିସ୍‍ କର୍ମଚାରୀ ପୁଲିସ୍‍ ଭ୍ୟାନରେ ଉଠାଇ ନେଇ ବଳାତ୍କାର କରିଥିଲେ। ପରେ ସେହି ଗାଁରକିଛି ଲୋକ ସେମାନଙ୍କୁ ୧୦ ଦିନ ଜଙ୍ଗଲରେ ରଖି ବଳାତ୍କାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଖସି ଆସିଥିଲା ବେଳେ ଆଉ ଦୁଇଜଣଙ୍କୁ ସେମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ପୁଲିସ୍‍ ଏହା ଉପରେ କୌଣସି ପଦକ୍ଷେପ ନେଇନଥିଲା।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories