www.samajalive.in
Sunday, December 14, 2025
26.1 C
Bhubaneswar

ଗଞ୍ଜେଇ ମାଫିଆଙ୍କ ଆଡ୍ଡା ପାଲଟିଛି ୧୦ ନମ୍ବର ରାଜ୍ୟରାଜପଥ, ୮ମାସ ରେ ଦେଢ କୁଇଣ୍ଟାଲ୍ ରୁ ଉର୍ଦ୍ଧ୍ବ  ଗଞ୍ଜେଇ ଜବତ

ରେଙ୍ଗାଲି : ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ଆନ୍ତଃଜିଲ୍ଲା ଏବଂ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କ  ଆଡ୍ଡା ପାଲଟିଛି। ଏହିରାସ୍ତାରେ ୧୫ ତାରିଖ ଦିନ ସୁବର୍ଣ୍ଣପୁର ରୁ ଝାରସୁଗୁଡା କୁ ଏକ ହୋଣ୍ଡା ସିଟି କାର୍ ରେ ଗଞ୍ଜେଇ ଚୋରା ଚାଳାଣ ହେଉଥିବା ସଂକ୍ରାନ୍ତରେ ରେଙ୍ଗାଲି ପୁଲିସକୁ ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଥିଲା। ଏହାପରେ ରେଙ୍ଗାଲି ଥାନା ଅଧିକାରୀ ଧବଳେଶ୍ୱର ସାହୁ ତତ୍ପରତା ପ୍ରକାଶ କରି ସଦଳବଳେ ଚୋରା ଚାଲାଣକାରୀମାନଙ୍କୁ ଧରିବା ପାଇଁ ତନାଘନା କରିଥିଲେ। ଯାନବାହାନ ଯାଞ୍ଚ ପ୍ରକ୍ରିୟାରେ ରମ୍ପେଲା କେମ୍ପ ନିକଟରେ ଥିବା ଏକ ଧଳା ରଙ୍ଗର ହୋଣ୍ଡା ସିଟି କାର୍ ଭିତରୁ ୪୩ କେଜି ଗଞ୍ଜେଇ ଜବତ କରାଯାଇଥିଲା । କାର୍ କୁ ଜବତ କରି ଚୋରାଚାଲାଣରେ ସଂପୃକ୍ତ ଥିବା ରୁଦ୍ରପ୍ରତାପ ସାହୁ(୨୮) ଏବଂ ଗଜେନ୍ଦ୍ର ପ୍ରଧାନ(୨୫)ଙ୍କୁ ଗିରଫ କରି ପଚରା ଉଚୁରା କାଲ ପରେ ଆଜି କୋର୍ଟ ଚାଲାଣ କରାଯାଇଛି। ଉଭୟ ଅଭିଯୁକ୍ତ ସୁବର୍ଣ୍ଣପୁର ଜିଲ୍ଳା ତରଭା ଥାନା ଅନ୍ତର୍ଗତ ପଣ୍ଡକିମାଲ ଗ୍ରାମର ବାସିନ୍ଦା ବୋଲି ପୁଳିସ ସୁତ୍ରରୁ ପ୍ରକାଶ। ଏସଂକ୍ରାନ୍ତରେ ରେଙ୍ଗାଲି ଥାନାରେ କେସ୍ ନଂ୪୭/୨୧ ଦଫା୨୦(ବି) (୨) (ସି) ଏନ୍ଡିପିଏସ୍ ଆକ୍ଟରେ ମାମଲା ରୁଜ୍ଜୁ କରଯାଇଛି ବୋଲି ଥାନା ଅଧିକାରୀ ଧବଲେଶ୍ୱର ସାହୁ ସୂଚନା ଦେଇଛନ୍ତି। ସଂଗୃହୀତ ତଥ୍ୟ ଅନୁଯାୟୀ ରେଙ୍ଗାଲି ପୁଲିସ ପକ୍ଷରୁ ଚଢଉ କରି ଗତ ୮ମାସ ମଧ୍ୟରେ ଏହି ରାଜ୍ୟ ରାଜପଥ ରେ ଗଞ୍ଜେଇ ଚୋରା ଚାଲାଣ ସମୟ ରେ ୯ ଜଣ ଆନ୍ତଃରାଜ୍ୟ ଏବଂ ଆନ୍ତଃଜିଲ୍ଲା ଗଞ୍ଜେଇ ମାଫିଆଙ୍କୁ ଗିରଫ କରି ଜେଲ୍ ହାଜତ କୁ ପଠାଯାଇଥିବା ବେଳେ ସେମାନଙ୍କ ଠାରୁ ୧ କ୍ବୁଣ୍ଟାଲ୍ ୫୮ କେଜି ଗଞ୍ଜେଇ ଜବତ ହୋଇଛି। ଜୁଲାଇ ମାସ ରେ ୨୨ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ସେପ୍ଟେମ୍ବର ମାସରେ ୭କେଜି। ଅକ୍ଟୋବର ମାସ ରେ ୪କେଜି ଏବଂ ଜାନୁୟାରୀ ମାସରେ ୮୩ କେଜି ଗଞ୍ଜେଇ ଜବତ କରଯାଇଛି। ଗତକାଲି ସୋମବାର ଜବତ ହୋଇଥିବା ୪୨ କେଜି କୁ ମିଶାଇ ଗତ ୮ମାସ ରେ ଏକ କ୍ବୁଣ୍ଟାଲ୍ ୫୮ କେଜି ଗଞ୍ଜେଇ ଏପର୍ଯ୍ୟନ୍ତ ଜବତ ହୋଇ ସାରିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories