www.samajalive.in
Monday, December 15, 2025
26.1 C
Bhubaneswar

ବିନା ସୂଚନାରେ ଚାଷୀଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ

ସମ୍ବଲପୁର : ସମ୍ବଲପୁରର ମାନେଶ୍ୱର ବ୍ଲକ ଅର୍ନ୍ତଗତ ସାହାସପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସଙ୍ଖଲା ଗ୍ରାମରେ ବିନା କୌଣସି ସୂଚନାରେ ଚାଷୀଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବା  ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି । ଗୁରୁବାର ସଙ୍ଖଲା ଗ୍ରାମ ନିବାସୀ ଚାଷୀ ପ୍ରଫୁଲ୍ଲ କୁମାର ପଣ୍ଡା ଦେଇଥିବା ଅଭିଯୋଗ ପତ୍ର ଅନୁଯାୟୀ, ତାଙ୍କର ୧.୫ ଏକର ଚାଷ ଜମିରେ ଖରିଫ ଋତୁର ଧାନ ଚାଷ କରିଛନ୍ତି। ଏହି ଜମିରେ ଚାଷ କାର୍ଯ୍ୟ କରିବା ପାଇଁ ଏକ ଉଠା ଜଳସେଚନ ପ୍ରକଳ୍ପ ରହିଛି । ଆବଶ୍ୟକ ସମୟରେ ସେହି  ଜମିକୁ ଉଠା ଜଳସେଚନ ମାଧ୍ୟମରେ ପାଣି ମଡାଯାଇ ଚାଷ କାର୍ଯ୍ୟ କରାଯାଇଥାଏ। ଏବେ ଚାଷ କାର୍ଯ୍ୟ ପାଇଁ ଜଳର ଆବଶ୍ୟକତା ଥିବାରୁ ଉଠା ଜଳସେଚନ ପଏଣ୍ଟ ମାଧ୍ୟମରେ ପାଣି ଚାଷ ଜମିକୁ ମଡାଯାଉଥିବା ବେଳେ ବିଦ୍ୟୁତ ସରବରାହକୁ ବିଚ୍ଛିନ୍ନ କରାଯାଇଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏଣୁ ଏ ସମ୍ପର୍କରେ ଟାଟା ପାୱାରକୁ ଅନଲାଇନ୍ ମାଧ୍ୟମରେ ଅଭିଯୋଗ କରାଯାଇଥିଲା । କିନ୍ତୁ ବିଭାଗୀୟ କର୍ମଚାରୀ ମାନେ ଖାମଖିଆଲି ମନୋଭାବ ଯୋଗୁଁ ଅଭିଯୋଗକୁ ଧ୍ୟାନରେ ନେଉ ନାହାନ୍ତି । ବାରମ୍ବାର ଅନୁରୋଧ ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଚାଷୀ ଶ୍ରୀ ପଣ୍ଡା ପଚରାଉଚୁରା କରିବା ପରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବେଆଇନ ଭାବରେ ଟଙ୍କା ଅସୁଲି ପାଇଁ ତାଙ୍କର ଅଜାଣତରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିବାର ସେ ଜାଣିବାକୁ ପାଇଛନ୍ତି ବୋଲି ସଙ୍ଗୀନ ଅଭିଯୋଗ କରିଛନ୍ତି । ଏବେ ବିନା ପାଣିରେ ଚାଷ କରାଯାଇଥିବା ଫସଲ ପ୍ରଭାବିତ ହେଲାଣି । ଏଣୁ ଯଥାଶିଘ୍ର ଏହି ବିଷୟର ଉପଯୁକ୍ତ ତଦନ୍ତ କରାଯାଇ ସମସ୍ୟାର ସମାଧାନ ପାଇଁ ଜିଲାପାଳଙ୍କ ନିକଟରେ ଚାଷୀ ଦାବି କରିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories