କଣ୍ଟାବାଞ୍ଜିରେ ଦୁର୍ଗାଙ୍କ ଭସାଣି ଯାତ୍ରା : ପାରମ୍ପରିକ ବାଦ୍ୟରେ କମ୍ପୁଛି ସହର
କଣ୍ଟାବାଞ୍ଜି : ଦୁଇ ଦିନ ଧରି ମା ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା କଣ୍ଟାବାଞ୍ଜିରେ ଧୁମଧାମରେ ଶେଷ ହୋଇଛି । ଶାରଦୀୟ ଦୁର୍ଗାପୂଜା ଅବସରେ ସହରର ଗୁଜରାଟି ସମାଜ, ମାରୱାଡି ସମାଜ ତରଫରୁ ରାମ ମନ୍ଦିର ପ୍ରାଙ୍ଗଣ ଏବଂ ମହାବୀର ରେସିଡେନ୍ସିରେ ମହିଳା ମାନେ ପାରମ୍ପରିକ ପୋଷାକ ପରିଧାନ କରି ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲୁଥିବା ଦାଣ୍ଡିୟା ନୃତ୍ୟକୁ ଉପସ୍ଥିତ ଦର୍ଶକ ବେଶ ଉପଭୋଗ କରିଥିଲେ। କଣ୍ଟାବାଞ୍ଜି ପୁରୁଣା ବସ୍ତି ସାର୍ବଜନୀନ ଦୁର୍ଗା ପୂଜା ଓ ଇନ୍ଦ୍ରା ଛକ ଦୁର୍ଗା ପୂଜା କମିଟି ପକ୍ଷରୁ ବିସର୍ଜନ ଶୋଭାଯାତ୍ରା ସହରର ପ୍ରମୁଖ ମାର୍ଗ ଦେଇ ସହର ପରିକ୍ରମା କରିଥିବା ବେଳେ ଶୋଭାଯାତ୍ରାରେ କୀର୍ତ୍ତନ ମଣ୍ଡଳୀ, ଆଦିବାସୀ ନୃତ୍ୟ, ଢୋଲ ବାଜାରେ ଭକ୍ତିମୟ ପରିବୋ ସୃଷ୍ଟି ହୋଇଥିଲା। ତେବେ ଗୁରୁବାର ସାପ୍ତାହିକ ବଜାର ଉତ୍କଳ ସାର୍ବଜନୀନ ଦୁର୍ଗା ପୂଜା ଓ ବିଦ୍ୟୁତ୍ ବିଭାଗ ଦ୍ଵାରା ମାଁ ଙ୍କ ଭସାଣୀ ଉତ୍ସବ ପାଳନ କରାଯାଇଛି।
ଶୋଭାଯାତ୍ରା ଦେଖିବା ପାଇଁ ସହର ଓ ଆଖ ପାଖ ଅଞ୍ଚଳରୁସାହସ୍ରାଧିକ ଭକ୍ତ ରାସ୍ତା ଦୁଇ ପାର୍ଶ୍ୱରେ ଛିଡା ହୋଇ ଥିଲେ। ଆଜି ମଧ୍ୟ ସାପ୍ତାହିକ ବଜ଼ର ସ୍ଥିତ ଉତ୍କଳ ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ଦିନ ସମୟରେ ଧୁମଧାମରେ ମା ଦୁର୍ଗାଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଛି।
Comments are closed.