ଅଙ୍ଗନୱାଡି କର୍ମୀ ଚୟନରେ ଅନିମିୟତା ଅଭିଯୋଗ
ସମ୍ବଲପୁର : ସମ୍ବଲପୁରର ଜମନକିରା ବ୍ଲକ ଅର୍ନ୍ତଗତ ବଲାରମା ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗନୱାଡି ସହାୟିକା ପଦବୀ ପାଇଁ ଚୟନରେ ଅନିମିୟତା ହୋଇଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଗୁରୁବାର ବଲରାମା ନିବାସୀ ହେମଲତା ନାଗ ଦେଇଥିବା ଅଭିଯୋଗ ପତ୍ର ଅନୁଯାୟୀ, ଗତ ୫ ଅଗଷ୍ଟରେ ଅଙ୍ଗନୱାଡି ସହାୟିକା ପାଇଁ ବିଜ୍ଞାପନ ବାହାରିଥିବା ବେଳେ ନିୟମାନୁଯାୟୀ ଦରଖାସ୍ତ ଦାଖଲ କରିଥିଲେ। ଉକ୍ତ ପଦବୀ ପାଇଁ ଆଉ ୨ ଜଣ ଆବେଦନକାରୀ ରହିଥିବା ବେଳେ ସମସ୍ତଙ୍କ ଠାରୁ ଅଧିକ ମାର୍କ ଥିବା ସତ୍ୱେ ବିଭିନ୍ନ ପ୍ରକାରର ଅନିମିୟତା କରି ସେହି ଅଙ୍ଗନୱାଡିରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ସମ୍ପର୍କିୟଙ୍କୁ ନିଯୁକ୍ତି ଦିଆଯାଇଛି । ଏଣୁ ଏହି ବିଷୟର ଉପଯୁକ୍ତ ତଦନ୍ତ କରି ବିହିତ ପଦକ୍ଷେପ ନେବା ପାଇଁ ଅଭିଯୋଗକାରିଣୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି।
Comments are closed.