ପଞ୍ଜାବରେ କୃଷକଧର୍ମଘଟ: ୩୮ ଟ୍ରେନ୍‌ ବାତିଲ

0

ଅମୃତସର: ପଞ୍ଜାବରେ କୃଷକଙ୍କ ଧର୍ମଘଟ ଯୋଗୁଁ ବୁଧବାର ଦିଲ୍ଲୀ-ଅମୃତସର ରାସ୍ତାରେ ୩୮ଟି ଟ୍ରେନ୍‌ ବାତିଲ ହୋଇଛି। କିଷାନ ମଜଦୁର ସଂଘର୍ଷ ସମିତି ଆନୁକୂଲ୍ୟରେ କୃଷକମାନେ ଋଣଛାଡ଼, ଚାଷଜମି ନିଲାମ ବନ୍ଦ, ଆଖୁଚାଷୀଙ୍କୁ ଆର୍ଥିକ ସହାୟତା ଆଦି ଦାବିରେ ଆନ୍ଦୋଳନ ଚଳାଇଛନ୍ତି। ସେମାନେ ଏଠାରେ ସୋମବାରଠାରୁ ରେଳପଥ ଅବରୋଧ କରି ଧାରଣା ଦେଇଥିଲେ। ବୁଧବାର ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ସେମାନେ ଧାରଣା ପ୍ରତ୍ୟାହାର କରିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏହି ପ୍ରସଙ୍ଗରେ ଆଗତ ଏକ ମାମଲାରେ ହାଇକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

kalyan agarbati
Leave A Reply