www.samajalive.in
Friday, December 12, 2025
27.1 C
Bhubaneswar

ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁରସୁଡ଼ ଗ୍ରାମର ଜଣେ ଅଭାବଗ୍ରସ୍ତ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ଗ୍ରାମର ପରମେଶ୍ୱର ଭୋଇଙ୍କ ପୁଅ ଦୁର୍ଗା ଭୋଇ ବୋଲି ଜଣାଯାଇଛି । ସେ ଚଳିତ ବର୍ଷ ଧାନ ଏବଂ କପା ଚାଷ କରିଥିବା ବେଳେ ଫସଲ କ୍ଷତି ହେବା ସହ ଗ୍ରୁପ ଟଙ୍କା ସୁଝି ନ ପାରିବାରୁ ଚିନ୍ତାରେ ଥିଲେ ବୋଲି ତାଙ୍କ କାକା ପୁଅ ଭାଇ ଭାସ୍କର ଭୋଇ କହିଛନ୍ତି । ଆଜି ପୂର୍ବାହ୍ନରେ ସେ ବିଷପାନ କରିଥିବା ଜଣାପଡିବା ପରେ ଘର ଲୋକ ତାଙ୍କୁ ପ୍ରଥମେ ସିନ୍ଧେକେଲା ଏବଂ ପରେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ । ତେବେ ଡାକ୍ତର ତାଙ୍କୁ ବଲାଙ୍ଗୀର ରେଫର କରିବାରୁ ପାଖ ହେବ ବୋଲି ଭବାନୀପାଟଣାକୁ ନେଉଥିବା ବେଳେ ବାଟରେ ତାଙ୍କ ପରଲୋକ ଘଟିଥିଲା । ଭବାନୀପାଟଣା  ଜିଲ୍ଲା  ମୁଖ୍ୟ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କର ୧୧ ବର୍ଷର ପୁଅ ଏବଂ ୬ ବର୍ଷର କନ୍ୟା ସନ୍ତାନ ଥିବା ଜଣାପଡିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳିଯାଇଛି ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories