ସମାଜ ଡିଜିଟାଲ ଡେସ୍କ: ବରଗଡ଼ ଜିଲା ପଦ୍ମପୁର ବ୍ଲକ ଅନ୍ତର୍ଗତ କୁଦୋପାଳି ଗ୍ରାମରେ ବିଦ୍ୟୁତ ଆଘାତରେ ଗୁରୁବାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣକ ହେଲେ ପିନସୁ ବାରିକ ଏବଂ ତାଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ।
ପିନସୁ ଗୁରୁବାର ତାଙ୍କ ଚାଷ ଜମିରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ବିଲରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ସେ ଆସିଯାଇଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପରିବାର ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।



