www.samajalive.in
Saturday, December 6, 2025
15.1 C
Bhubaneswar

ଚାଷୀ ସମାବେଶକୁ ଭଣ୍ଡୁର ଉଦ୍ୟମ ! ରାସ୍ତାରେ ଚାଷୀଙ୍କୁ ଅଟକ

ଭୁବନେଶ୍ବର : ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଭୁବନେଶ୍ୱରରେ ବିଶାଳ ଚାଷୀ ସମାବେଶର ଡାକରା ଦିଆଯାଇଛି। ଏନେଇ ଶତାଧିକ ଚାଷୀ ଭୁବନେଶ୍ୱର ଅଭିମୁଖେ ଆସୁଛନ୍ତି। ହେଲେ ଏପଟେ ସରକାର ସମାବେଶକୁ ଭଣ୍ଡୁର କରିବା ପାଇଁ ପ୍ରୟାସ କରୁଥିବା କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି। ଭୁବନେଶ୍ବର ଆସିବା ସମୟରେ ବିଭିନ୍ନ ସ୍ଥାନରେ ଚାଷୀଙ୍କୁ ପୁଲିସ ଅଟକାଉଛି ବୋଲି ଅକ୍ଷୟ ଅଭିଯୋଗ କରିଛନ୍ତି। ଭୁବନେଶ୍ୱରକୁ ପ୍ରବେଶ ପାଇଁ ଥିବା ବିଭିନ୍ନ ରାସ୍ତାରେ ପୁଲିସ ବ୍ୟାରିକଟେ ଲାଗାଯାଇଛି। ପ୍ରାଇସ, ପ୍ରେଷ୍ଟିଜ, ପେନସନ ଓ ମଣ୍ଡିରେ ଧାନ ପଡି ରହୁଥିବା ଆଦି ପ୍ରସଙ୍ଗ ନେଇ ଆଜି ରାଜଧାନୀରେ ସମାବେଶ କରିବାକୁ କୃଷକ ସଂଗଠନ ନିଷ୍ପତ୍ତି ନେଇଥିଲା।

ତେବେ ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ବୁଦ୍ଧିଜୀବୀ ମାନେ ନିନ୍ଦା କରିଛନ୍ତି। ଚାଷୀଙ୍କୁ ନେଇ କାହିଁକି ସରକାର ଏତେ ଭୟଭୀତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଚାଷୀମାନେ ସେମାନଙ୍କର ଦାବି ଉପସ୍ଥାପନା କରିବାକୁ ଚାହୁଁଛନ୍ତି କିନ୍ତୁ ଏଥିରେ ସରକାର କାହିଁକି ବାଧକ ସାଜୁଛନ୍ତି ? ନା ଚାଷୀ ମାନେ ସେମାନଙ୍କର ହକ ଦାବି କରିପାରିବେନି ? ସାରା ରାଜ୍ୟରେ ଚାଷୀଙ୍କୁ ଅଟକା ଯିବା ପରେ ବୁଦ୍ଧିଜୀବୀମାନେ ରାଜ୍ୟ ସରକାରଙ୍କ ଉପରେ ଏପରି ଅନେକ ପ୍ରଶ୍ନ ଉଠାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories