www.samajalive.in
Friday, December 5, 2025
20.1 C
Bhubaneswar

ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ, ଜଣେ ଅଟକ ଜଣେ ଫେରାର

କାଲିମେଳା : ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଥାନା ଅଞ୍ଚଳରେ ରାସ୍ତାରେ ଯାଉଥିବା ଜଣେ ବିଧବା ମହିଳାଙ୍କୁ ଦୁଇ ଜଣ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏମଭି -୭୯ ଥାନାରେ ଏହି ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ଯୁବକୁ ଥାନାରେ ଅଟକ ରଖାଯିବା ସହ ଅନ୍ୟ ଜଣେ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଟିଗଲ ଅଞ୍ଚଳର ଜଣେ ଆଦିବାସୀ ମହିଳା ଶନିବାର ଦିବା ସମୟରେ ନିଜ ଗ୍ରାମରୁ କାଲିମେଳା ଅଭିମୁଖେ ଆସୁଥିଲେ। ଏହି ସମୟରେ ଏମଭି – ୭୯ ଥାନା ଅନ୍ତର୍ଗତ ଭୁବନପାଲ୍ଲୀ ପଞ୍ଚାୟତର ଏମଭି – ୯୬ ଗ୍ରାମର ଦୁଇ ଯବକ ବିଧାନ ସୁତାର ଓ ଉମା ଚରଣ ବରେଇ ଲିଫ୍ଟ ଦେବା ବାହାନାରେ ନିଛାଟିଆ ସ୍ଥାନକୁ ନେଇ ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ଥାନା ମଙ୍ଗଳବାର ଦିନ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଉମା ଚରଣ ବରେଇ ଅଟକ ରଖି ପଚରାଉଚରା କରୁଛି। ଅନ୍ୟ ଜଣେ ଯୁବକ ବିଧାନ ସୁତାର ଫେରାର ହୋଇଯାଇଥିବା ଥାନା ଆଇଆଇସି ରଞ୍ଜନ କୁମାର ସାହୁ ସୂଚନା ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories