କୃଷକ ଉତ୍ପାଦକ ସଂଘର ସଚେତନତା କର୍ମଶାଳା

କଳାପଥର:ବାଙ୍କୀ ଓ ଆଠଗଡ ଅଞ୍ଚଳର କୃଷକମାନଙ୍କୁ ନେଇ ଗଠିତ ମା’ ଚର୍ଚ୍ଚିକା ଆଞ୍ଚଳିକ କୃଷକ ମଞ୍ଚ ପକ୍ଷରୁ ଆଜି ବାଙ୍କୀରେ ଏକ କୃଷକ କର୍ମଶାଳା ସ୍ଥାନୀୟ କଲେଜ ଅଡିଟୋରିୟମ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠଗଡ ଓ ବାଙ୍କୀର ଅନେକ କୃଷକ ଯୋଗ ଦେଇଥିଲେ। କୃଷି ଓ କୃଷକର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗ କିପରି କୃଷକମାନେ ପାଇପାରିବେ ତାହା ଉପରେ ଆଲୋଚନା ହୋଇଥିଲା ଓ ସଚେତନତା ସୃଷ୍ଟି କରାଯାଇଥିଲା।

 

prayash

ଭୁବନେଶ୍ୱରର ସୋଆ ବିଶ୍ବବିଦ୍ୟାଳୟ ଏବଂ ଆନୁକା ଏଗ୍ରିମେଣ୍ଟର ମିଳିତ ଆନୁକୂଲ୍ୟରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ସୋଆ ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଫେସର କାର୍ତ୍ତିକ ଚନ୍ଦ୍ର ସାହୁ, ଅଂଶୁମାନ ଜେନା, ସହଯୋଗୀ ପ୍ରଫେସର ଶୁଭ ପ୍ରସାଦ ଦାସ, ଆନ୍ତୁକା ଏଗ୍ରିକଲଚର ପ୍ରିତମ ଭଞ୍ଜଦେଓ, ଦିଲ୍ଲୀ ଆନ୍ତୁକା ଏଗ୍ରିଟେକର ପ୍ରଫେସର ଅବିନାଶ ପାଣ୍ଡେ, ଲାଇହୁଇଲର କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବିତ ତ୍ରିପାଠୀ, ରତ୍ନାକର ପାଣିଗ୍ରାହୀ ପ୍ରମୁଖ ଦେଇଥିଲେ। କୃଷକ ମଞ୍ଚର ବାଙ୍କୀ ଶାଖାର ନିର୍ଦେଶକ ସିଦ୍ଧେଶ୍ୱର ପାଇକରାୟ ସଭାରେ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଡ.ଶୁଭପ୍ରଦ ଦାସ ସଭାରେ ପୌରହିତ୍ୟ କରିଥିଲେ।

kalyan agarbati

Comments are closed.