www.samajalive.in
Saturday, December 13, 2025
23.1 C
Bhubaneswar

ପୁରୀଠାରୁ ୩୨୦ କିଲୋମିଟର ଦୂରରେ ‘ଫନୀ’

ଭୁବନେଶ୍ବର :  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ହୋଇଥିବା ବାତ୍ୟା ଫନୀ ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଇଛି। ଏହା ଗତ ୬ ଘଣ୍ଟା ଧରି ଉତ୍ତର-ଉତ୍ତରପୂର୍ବ ଆଡ଼କୁ ମୁହାଁଇ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି। ଗୁରୁବାର ଅପରାହ୍ନ ସୁଦ୍ଧା ଫନୀ ପୁରୀଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୩୨୦ କିଲୋମିଟର, ବିଶାଖାପଟ୍ଟନମ୍‍ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୧୭୦ କିଲୋମିଟର ଏବଂ ପଶ୍ଚିମବଙ୍ଗର ଦିଘାଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୬୧୦ କିଲୋମିଟର ଦୂରରେ ରହିଥିବା ସୂଚନା ମିଳିଛି।
ଶୁକ୍ରବାର ପୂର୍ବାହ୍ନରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତିକରି ଓଡ଼ିଶା ଉପକୂଳ ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ପୁରୀ ନିକଟରେ ସ୍ଥଳଭାଗ ସ୍ପର୍ଶ କରିବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟା ପ୍ରତି ୧୭୦ରୁ  ୧୮୦ କିଲୋମିଟର ଏବଂ ସ୍ଥଳ ବିଶେଷରେ ୨୦୦ କିଲୋମିଟର ବେଗରେ
ପବନ ବହିବାର ଅନୁମାନ କରାଯାଉଛି।

ସ୍ଥଳଭାଗ ସ୍ପର୍ଶ କରିବା ପରେ ଏହା ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି କରି ଦୁର୍ବଳ ହୋଇ ପଶ୍ଚିମ ବଙ୍ଗରେ ପ୍ରବେଶ କରି ଭୟଙ୍କର ବାତ୍ୟାର ରୂପ ନେବ। ଏହି ସମୟରେ ପବନର ବେଗ ୯୦ ରୁ ୧୦୦ କିମି ଏବଂ ସ୍ଥଳ ବିଶେଷରେ ଘଣ୍ଟାପ୍ରତି ୧୧୫ କିମି ରହିବ।

- Advertisement -

 

Hot this week

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

ନବମ ଶ୍ରେଣୀ ଛାତ୍ରଙ୍କଠୁ ବନ୍ଧୁକ ଜବତ

କେନ୍ଦ୍ରାପଡା : କେନ୍ଦ୍ରାପଡା କୁଦାନଗିରି ଥାନା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ...

ବାୟୁ ପ୍ରଦୂଷଣ ଆଲୋଚନା ପାଇଁ ରାହୁଲଙ୍କ ପ୍ରସ୍ତାବରେ ସରକାର ସମ୍ମତ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରରେ...

ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ବହୁ ପଦ ଖାଲି

କାମଚଳା ଅଧିକାରୀଙ୍କ ଦାୟିତ୍ୱରେ ଜିଲା ଓ ମୁଖ୍ୟାଳୟ କଟକ : ସୂଚନା ଓ...

Related Articles

Popular Categories