ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ଗୁରୁବାର ବିବାଦୀୟ ଇସଲାମ ଧର୍ମ ପ୍ରଚାରକ ଜାକିର ନାଏକ ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗଫର୍ଦ ଦାଖଲ କରିଛି। ଏହାସହ ଇଡ଼ି ୧୯୩.୦୬ କୋଟି ଟଙ୍କାର ଅପରାଧିକ ସମ୍ପତ୍ତି ଚିହ୍ନଟ କରିଛି। ଇଡ଼ି ଜାକିର ନାଏକର ୫୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।
ପ୍ରକାଶ ଯେ ଜାକିର ନାଏକ ଏବଂ ଅନ୍ୟମାନଙ୍କ ବିରୋଧରେ ୨୦୧୬ ଡିସେମ୍ବର ୨୨ରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚ ୨୨ରେ ଜାକିର ନାଏକଙ୍କୁ ବେଆଇନ ଅର୍ଥ କାରବାର ଏବଂ ପାଣ୍ଠି ସ୍ଥାନାନ୍ତରରେ ସହଯୋଗ କରିବା ଅଭିଯୋଗରେ ନଜମୁଦ୍ଦିନ ସାଥକଙ୍କୁ ଗିରଫ କରାଯାଇଛି। ଜାନୁଆରୀ ୧୯ରେ ଇଡ଼ି ନାଏକର ୧୬.୪୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା।
ଜାକିର ନାଏକ ଏବେ ମାଲେସିଆରେ ରହୁଛି। ଭାରତ ଜାକିର ନାଏକର ପ୍ରତ୍ୟବର୍ତ୍ତନ ପାଇଁ ମାଲେସିଆ ସରକାରଙ୍କ ସହ କୂଟନୈତିକସ୍ତରରେ ଆଲୋଚନା ଜାରି ରଖିଛି।
ଜାକିର ନାଏକ ବିରୋଧରେ ଅଭିଯୋଗଫର୍ଦ ଦାଖଲ କଲା ଇଡ଼ି, ୫୦ କୋଟିର ସମ୍ପତ୍ତି ଜବତ
Popular Categories



