www.samajalive.in
Monday, December 15, 2025
14.1 C
Bhubaneswar

ବାରବାଟୀ ମ୍ୟାଚ୍‌: ବାଲିଯାତ୍ରା ପଡ଼ିଆରେ ହେବ ଫ୍ୟାନ ପାର୍କ

ସମାଜଲାଇଭ ଡେସ୍କ: ବାରବାଟୀ ଷ୍ଟାଡିଅମରେ ହେବାକୁ ଥିବା ଟି-୨୦ ମ୍ୟାଚରେ ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ବାଲିଯାତ୍ରାର ତଳ ଓ ଉପର ପଡିଆରେ ଫ୍ୟାନ୍‌ ପାର୍କ କରାଯିବ। ଯେଉଁ ଦର୍ଶକମାନେ ଷ୍ଟାଡିଅମରେ ଖେଳ ଦେଖିବାକୁ ବଞ୍ଚିତ ହେବେ ସେମାନେ ସୁରୁଖୁରୁରେ ଉକ୍ତ ଦୁଇ ସ୍ଥାନରେ ବଡ ପରଦାରେ ଖେଳ ଦେଖି ପାରିବେ।

ମୁଖ୍ୟତଃ ଟିକେଟ କିଣିବା ସମୟରେ ଶାନ୍ତି ଶୃଙ୍ଖଳା ବଜାୟ କିପରି ରହିବ ତାହାକୁ ଗୁରୁତ୍ୱ ଦିଆଯାଉଛି। ଟିକେଟ କାଉଣ୍ଟରରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ। ଟିକେଟ କାଉଣ୍ଟରରେ ପ୍ରବେଶ ପଥ ଥିବାବେଳେ ସ୍ୱତନ୍ତ୍ର ଭାବେ ପ୍ରସ୍ଥାନ ପଥ କରାଯିବ। ସୁରକ୍ଷା ବ୍ୟବସ୍ଥା ନେଇ କମିଶନରେଟ ପୁଲିସ ସହ ଓସିଏ ସମସ୍ତ ପ୍ରକାରର ସହଯୋଗ କରିଆସୁଛି। ଯେପରି ସୁରକ୍ଷିତ ଭାବେ ଟିକେଟ କିଣିବା ସହ ଦର୍ଶକ ଖେଳ ଉପଭୋଗ କରି ପାରିବେ ତାହାକୁ ଗୁରୁତ୍ୱ ଦିଆଯାଉଛି। ଏହାସହ ଶୁକ୍ରବାର ଓସିଏ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ଓ ସବ୍‌ କମିଟିର ସଦସ୍ୟମାନଙ୍କ ସହ ବିଭିନ୍ନ ଦିଗରେ ଆଲୋଚନା କରାଯାଇଥିବା ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେିଛନ୍ତି । ଅନ୍ୟପଟେ ବାରବାଟୀ ଷ୍ଟାଡିଅମରେ ମ୍ୟାଚ୍‌ ପୂର୍ବରୁ ଶେଷଥର ପାଇଁ ଭୁବନେଶ୍ୱର ଆଇଆଇଟିର ବୈଷୟିକ ଟିମ୍‌ ପହଞ୍ଚି ବିଭିନ୍ନ ଦିଗରେ ଯାଞ୍ଚ କରିଛି। ଯାଞ୍ଚ ସମୟରେ ଉକ୍ତ ଟିମ୍‌ ଷ୍ଟାଡିଅମର ସ୍ଥିତି ଦେଖି ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି।

- Advertisement -

ସୂଚନାଥାଉକି, ବାରବାଟୀ ଷ୍ଟାଡିଅମରେ ଡିସେମ୍ବର ୯ ତାରିଖରେ ହେବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକ ଟି-୨୦ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିଅମରେ ପ୍ରସ୍ତୁତି ଜୋରଦାର ଜାରି ରହିଛି । ଷ୍ଟାଡିଅମର ବିଭିନ୍ନ ଗ୍ୟାଲେରୀରେ ରଙ୍ଗ କାମ ସରିବା ଉପରେ ଥିବାବେଳେ କିଛି କିଛି ଗ୍ୟାଲେରୀରେ ରେଡିୟମ ଷ୍ଟିକରରେ ନମ୍ବରିଂ କାମ ଆରମ୍ଭ ହୋଇଛି । ଅନ୍ୟପଟେ ଷ୍ଟାଡିଅମରେ ମ୍ୟାଚ୍‌ ପୂର୍ବରୁ ଶୁକ୍ରବାର ଭୁବନେଶ୍ୱର ଆଇଆଇଟିର ବୈଷୟିକ ଟିମ୍‌ ପହଞ୍ଚି ଶେଷ ଥର ପାଇଁ ଯାଞ୍ଚ କରିଛି। ଯାଞ୍ଚ ପରେ ସମସ୍ତ ରିପୋର୍ଟ ଡିସେମ୍ବର ୬ରେ ରାଜ୍ୟ ସରକାରଙ୍କ ଆରଆଣ୍ଡବି ବିଭାଗକୁ ଟିମ୍‌ ଦେବ। ପରେ ଏହାର ଏକ ରିପୋର୍ଟ କିମଶନରେଟ ପୁଲିସ, ଜିଲା ପ୍ରଶାସନ ଓ ଓସିଏକୁ ଦେବ। ଏ ନେଇ ଓସିଏର କନସଲଣ୍ଟାଣ୍ଟ ବିଷ୍ଣୁପ୍ରସାଦ ମହାପାତ୍ର କହିଛନ୍ତି, ଟିମ୍‌ ଆଜି ଶେଷଥର ଯାଞ୍ଚ କରିଛି ଏବଂ ଯାଞ୍ଚ ସମୟରେ ଟିମ୍‌ ସନ୍ତୋଷ ପ୍ରକାଶ କରିଛି। ମ୍ୟାଚ୍‌ ପାଇଁ ସମସ୍ତ ଗ୍ୟାଲେରୀ କାମ ଶେଷ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories