www.samajalive.in
Saturday, December 6, 2025
26.1 C
Bhubaneswar

କଲିକତାର ପ୍ରସିଦ୍ଧ ଖାଦ୍ୟ

ଦଶହରା ସମୟରେ ବହୁ ଲୋକେ କଲିକତାକୁ ବୁଲିବାକୁ ଯାଆନ୍ତି। ସେଠାରେ ଭ୍ରମଣ ପାଇଁ ବହୁ ସ୍ଥାନ ରହିଛି। ମାତ୍ର ଖାଦ୍ୟପେୟର କଥା ଆସିଲେ କଲିକତାର ଷ୍ଟ୍ରିଟ୍‍ ଫୁଡ଼୍‍ ଭାରତର ସବୁଠାରୁ ଉତ୍ତମ ଷ୍ଟ୍ରିଟ୍‍ ଫୁଡ଼୍‍ ବୋଲି କୁହାଯାଏ।। ପାନିପୁରୀ ଯାହାକୁ ଆମେ ଗୁପଚୁପ କହୁ ଏଠାରେ ତାହା ବେଶ ପ୍ରସିଦ୍ଧ।

କାଠି ରୋଲସ୍‍
ନ୍ୟୁ ମାର୍କେଟରେ କାଠି ରୋଲସ୍‍ ଅଧିକ ପରିମାଣରେ ମିଳିଥାଏ। ଏହା ଛଡ଼ା ଏହି ମାର୍କେଟରେ ସ୍ନାକସ୍‍ ମିଳିଥାଏ। ଯାହା ତାଲେଭାଜା ନାମରେ ବେଶ ପ୍ରସିଦ୍ଧ ଅଟେ।
ଫ୍ରାଏ ଫିସ୍‍
ଗୋଲପାର୍କ ୫- ପଏଣ୍ଟ କ୍ରସିଙ୍ଗ ନିକଟରେ ଥିବା ବଜାରରେ ଫ୍ରାଏ ଫିସ୍‍ ମିଳିଥାଏ। ଏହା ଖୁବ ପ୍ରସିଦ୍ଧ।

ପ୍ରସିଦ୍ଧ ବେଙ୍ଗଲୀ ଖାଦ୍ୟ
ନ୍ୟୁ ମାର୍କେଟ ଅଞ୍ଚଳରେ ଥିବା କସ୍ତୁରୀ ରେଷ୍ଟୁରାଣ୍ଟର ଖାଦ୍ୟ ଖୁବ ପ୍ରସିଦ୍ଧ। ଭେକ୍ଟି ମାଛର ତରକାରୀ, ବିଭିନ୍ନ ଆମିଷ ତରକାରୀ ଓ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଏଠାରେ ମିଳେ। ଏଠାକାର ସମସ୍ତ ଖାଦ୍ୟ ଖୁବ ସ୍ୱାଦିଷ୍ଟ ହୋଇଥିବାରୁ ଖୁବ ଭିଡ଼ ପରିଲକ୍ଷିତ ହୋଇଥାଏ।

ସ୍ୱାଦିଷ୍ଟ ରସଗୋଲା

କଲିକତାର ଭବାନୀପୁର ସ୍ଥିତ ଦୋକାନରେ ମିଳୁଥିବା ରସଗୋଲା ଖୁବ ପ୍ରସିଦ୍ଧ। ଏଠାରେ ମିଳୁଥିବା ରସମଲେଇ, ରାଜଭୋଗ, ସନ୍ଦେଶ ଖାଇଲେ ଆତ୍ମତୃପ୍ତି ମିଳେ। ଗୁଡ଼ରୁ ପ୍ରସ୍ତୁତ ହୋଇଥିବା ରସଗୋଲା ମଧ୍ୟ ଏଠାରେ ମିଳିଥାଏ, ଯାହା ଖୁବ ସ୍ୱାଦିଷ୍ଟ।

- Advertisement -


୧୦୦୧ ଟଙ୍କାର ପାନ
ବହୁ କମ ଲୋକେ ୧୦୦୧ ଟଙ୍କାର ପାନ ଖାଇ ଥିବେ। କଲିକତାରେ କଲେଜ ଷ୍ଟ୍ରିଟ୍ ନିକଟରେ ପାଖାପାଖି ୮ ରୁ ୧୦ ଟି ପ୍ରସିଦ୍ଧ ପାନ ଦୋକାନ ରହିଛି। ଏଠାରେ ୫ ଟଙ୍କାରୁ ୧୦୦୧ ଟଙ୍କା ପର୍ଯ୍ୟନ୍ତ ପାନ ମିଳିଥାଏ। ଏଠାକାର ଦୋକାନରେ ମିଳୁଥିବା ପାନ ଅନ୍ୟ ଦେଶମାନଙ୍କରେ ମଧ୍ୟ ଖୁବ ପ୍ରସିଦ୍ଧ ଅଟେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories