www.samajalive.in
Tuesday, December 9, 2025
15.1 C
Bhubaneswar

ଗଜପତିରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଗଜପତି: ତିତଲି ବାତ୍ୟାରେ ସର୍ବାଧିକ କ୍ଷୟକ୍ଷତି ହୋଇଥିବା ଗଜପତି ଜିଲାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପହଞ୍ଚି ସମୀକ୍ଷା କରିଛନ୍ତି । ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡି.ଭି ସ୍ବାମୀ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ୱପଙ୍ଗ ୱଉ , ପଞ୍ଚାୟତିରାଜ ବିଭାଗ ସଚିବ ଡି.କେ ସିଂହ, ଜିଲାପାଳ ଅନୁପମ ଶାହାଙ୍କ ସମେତ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତ ଥିଲେ।

ତିତଲି ପ୍ରଭାବରେ ଗଜପତିରେ ମୃତ୍ୟୁ ସଂଖ୍ୟା ବଢିଥିବା ଆଶଙ୍କା କରାଯାଉଛି । ଗଜପତି ରାୟଗଡା ବ୍ଳକରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ ଜଣାପଡିଛି । ପ୍ରବଳ ବର୍ଷା ଓ ବନ୍ୟାରେ କଇଁପୁର ପଞ୍ଚାୟତରେ ୧୪ ଜଣ ନଦୀରେ ଭାସି ଯାଇଥିଲେ।  ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟ ୭ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୫ ଜଣ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ କଇଁପୁର ପଞ୍ଚାୟତ ମାଡ଼ା ଗ୍ରାମର ଟୁନା ଶବର(୫ବର୍ଷ) ଓ ବୟା ରଇତ(୫୫) ବର୍ଷ ଅଛନ୍ତି। ସେହିପରି କଇଁପୁର ପଞ୍ଚାୟତ ଶୁଆବା ଗ୍ରାମର ପାତ୍ର ଶବର ଓ ଶେଖର ଓ ଶେଖର ଶବର ନିଖୋଜ ଅଛନ୍ତି।
ଏଙ୍ଗାରସିଙ୍ଗି ପଞ୍ଚାୟତ ସରପଞ୍ଚ ପୀତାମ୍ବର ନାୟକଙ୍କ ସୂଚନା ଅନୁଯାୟୀ  ଉକ୍ତ ପଞ୍ଚାୟତର ଡେନି ବେହେରା(୫୫) ଓ ଲୋବା ପଞ୍ଚାୟତର ହାଡ଼ିବଡ଼ ମୁଣ୍ଡି(୮୦) ମୃତ୍ୟୁ ଘଟିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories