ସମାଜଲାଇଭ ଡେସ୍କ: ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିବା ଜଣେ ସାମ୍ବାଦିକଙ୍କୁ ବାନ୍ଧିଛି ପୁଲିସ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) କର୍ମଚାରୀ ତଥା ଯୁଗ୍ମ ସଚିବ ପରିଚୟ ଦେଇ ସେ ଲୋକଙ୍କଠାରୁ ଟଙ୍କା ନେଉଥିଲେ। ଏ ନେଇ ଅଭିଯୋଗ ହେବା ପରେ କଟକ ସଦର ଥାନା ପୁଲିସ ତାଙ୍କୁ ଗିରଫ କରିଛି।
ଅଭିଯୁକ୍ତ ଘର କେନ୍ଦୁଝର ଜିଲାରେ। ସେ ଏକ ଓ୍ବେବ ଚ୍ୟାନେଲରେ ସମ୍ପାଦକ ଥିବାର ନକଲି ପରିଚୟ ପତ୍ରକୁ ମଧ୍ୟ ପୁଲିସ ଜବତ କରିଛି। ଅଭିଯୁକ୍ତ ଜଣକ ଅନେକ ଚାକିରି ଆଶାୟୀଙ୍କୁ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକିଥିବା କଟକ ଡିସିପି ସୂଚନା ଦେଇଛନ୍ତି। ଅଭିଯୁକ୍ତଠାରୁ ୪୮ ହଜାର ଟଙ୍କା ମଧ୍ୟ ଜବତ ହୋଇଛି।



