www.samajalive.in
Saturday, December 6, 2025
15.1 C
Bhubaneswar

ନକଲି ପ୍ରମାଣପତ୍ର -୨ ଶିକ୍ଷୟିତ୍ରୀ ବହିଷ୍କୃତ, ୧୪ଙ୍କ ନାମରେ ମାମଲା

କବିସୂର୍ୟ୍ୟନଗର: ନକଲି ପ୍ରମାଣପତ୍ରରେ ଗଞ୍ଜାମ ଜିଲା ଶିକ୍ଷା ବିଭାଗ କବଳିତ। ଦିନକୁ ଦିନ କୌଣସି ନା କୌଣସି ବ୍ଲକରେ ନକଲି ଶିକ୍ଷକମାନେ ଧରପଗଡ ବେଳେ ଧରାପଡୁଛନ୍ତି। ଅଧିକାଂଶ ବିଦ୍ୟାଳୟରେ ଏଭଳି ଅବସ୍ଥା। ଏବେ କବିସୂର୍ୟ୍ୟନଗର ବ୍ଲକରେ ଜାଲ ପ୍ରମାଣପତ୍ରରେ ଶିକ୍ଷକ ଚାକିରି କରିଥିବା ନଜରକୁ ଆସିଛି। ଏହି ବ୍ଲକ୍‍ ଓ ସହରର ବିଭିନ୍ନ ବିଦ୍ୟାଳୟରେ ଜାଲ ପ୍ରମାଣପତ୍ର ବଳରେ ଶତାଧକ ଶିକ୍ଷକ ଚାକିରି କରୁଥିବା ନେଇ ଅଲ୍‍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ପୂର୍ବରୁ ଅଭିଯୋଗ ହୋଇଥିଲା। ସୂଚନା ମୁତାବକ କବିସୂର୍ୟ୍ୟନଗର ଆଠଗଡ଼ପାଟଣା ଏକ୍ସବୋର୍ଡ଼ ୟୁ.ପି. ବିଦ୍ୟାଳୟର ଶିକ୍ଷୟିତ୍ରୀ କୁନି ବେହେରା ଓ କନ୍ଧ ଖଇଡ଼ା ବିଦ୍ୟାଳୟର ଶିକ୍ଷୟିତ୍ରୀ ଲକ୍ଷ୍ମୀ ସେଠୀଙ୍କୁ ନକଲି ପ୍ରମାଣପତ୍ରରେ ଚାକିରି କରିଥିବା ଅଭିଯୋଗରେ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଚାକିରିରୁ ବହିଷ୍କାର କରିଛନ୍ତି। ଏହାସହ ଦୁଇଦିନ ତଳେ ୧୪ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ବିଇଓ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ଏସ୍‍. ନୂଆପଲ୍ଲୀ, ବି. ନୂଆପଲ୍ଲୀ, ଏସ୍‍. ନୂଆଗାଁ, ଜରଡ଼ ଓ କନିଆରୀ ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟରେ ଜାଲ ପ୍ରମାଣପତ୍ର ବ୍ଲକରେ ଶିକ୍ଷକମାନେ ଚାକିରି କରୁଥିବା ଅଭିଯୋଗ ହୋଇଛି। ଏମାନଙ୍କ ବିରୋଧରେ ସଠିକ ପ୍ରମାଣ ମିଳିଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ କହିଛନ୍ତି। ଜିଲା ଶିକ୍ଷା ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ କଲାପରେ ଶତାଧିକ ନକଲି ଶିକ୍ଷକ ଶିକ୍ଷୟିତ୍ରୀ କବିସୂର୍ୟ୍ୟନଗରରୁ ଧରାପଡ଼ିବା ମନେ କରାଯାଉଛି। ଅନ୍ୟପକ୍ଷରେ ସାର୍ଟିଫିକେଟ୍‍ ପ୍ରସ୍ତୁତକର୍ତ୍ତା ସାଇବର କେଫ, ଦଲାଲ ଓ ମଧ୍ୟସ୍ଥିକୁ ତଦନ୍ତ ପରିସରଭୁକ୍ତ କରାଯିବାକୁ ଦାବି ହୋଇଛି। କନିଆରୀ ପ୍ରାଥମିକ ବିଦ୍ୟାଳୟ ଜନୈକ ଶିକ୍ଷୟିତ୍ରୀ ବାହାର ଜିଲାରୁ ଆସି ଯୋଗ୍ୟତା ନ ଥାଇ ପାଠ ପଢ଼ାଉଥିବା ଗ୍ରାମବାସୀ ବିଇଓଙ୍କଠାରେ ଅଭିଯୋଗ ଆଣିଛନ୍ତି। ଯାହାକୁ କି ପରବର୍ତ୍ତୀ ସମୟରେ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ବିଇଓ ନିରଞ୍ଜନ ମିଶ୍ର କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories