www.samajalive.in
Friday, December 5, 2025
20.1 C
Bhubaneswar

କରୋନା ସଂକ୍ରମଣ – ଚୀନ ଫେରନ୍ତା ଭାରତୀୟ ସମ୍ପୂର୍ଣ୍ଣ ସୁସ୍ଥ

ନୂଆଦିଲ୍ଲୀ/ବେଜିଂ: ଚୀନରେ ନୋଭେଲ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଆତଙ୍କ ଦେଖାଯାଇଥିବାବେଳେ ଭାରତରେ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ରବିବାର ସୁଦ୍ଧା ଚୀନରେ କରୋନା ମୃତ୍ୟୁସଂଖ୍ୟା ୧୬୬୫ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୮,୫୦୦ରେ ପହଞ୍ଚିଛି। ସଂକ୍ରମଣ ରୋକିବାକୁ ଚୀନ ସରକାର ଏକ ପ୍ରକାର ଉପାୟଶୂନ୍ୟ ହୋଇପଡିଛନ୍ତି। ​‌ସଂକ୍ରମଣ ରୋକିବା ଲାଗି ଚୀନ ସରକାର ତୃଣମୂଳ ସ୍ତରରୁ ସାମାଜିକ ସଚେତନତା ଆରମ୍ଭ କରିଛନ୍ତି। ଯାହା ଚୀନର ସବୁଠାରୁ ବଡ ଧରଣର ସାମାଜିକ ସଚେତନତା କାର୍ୟ୍ୟକ୍ରମ। ଲୋକମାନଙ୍କୁ ସର୍ବସାଧାରଣରେ ମିଳାମିଶା କରିବାକୁ ବାରଣ କରାଯାଇଛି। ଯେଉଁସବୁ ପ୍ରଦେଶକୁ ଏହି ଭୂତାଣୁ ସଂକ୍ରମଣ ହୋଇ ନାହିଁ ସେସବୁ ରାଜ୍ୟକୁ ନିରାପଦ ରଖିବା ଲାଗି ପଦକ୍ଷେପ ନିଆଯାଇଛି। ନିଜର ସମ୍ପର୍କୀୟ କିମ୍ବା ପରିବାର ଲୋକଙ୍କୁ ଅନ୍ୟ ସହରକୁ ନ ପଠାଇବା ଲାଗି କୁହାଯାଉଛି। ସେହିପରି ଅନ୍ୟ ସହରରୁ ଆସୁଥିବା ନିଜ ସମ୍ପର୍କୀୟଙ୍କୁ ଅଲଗା ରଖିବା ଲାଗି ପରାମର୍ଶ ଦିଆଯାଉଛି। ଗାଁ, ଗଣ୍ଡା ମାନଙ୍କରେ ଅନ୍ୟ ସହରରୁ ଆସୁଥିବା ଆତ୍ମୀୟ ସ୍ବଜନଙ୍କୁ ଅଲଗା ଭାବେ ସ୍ବତନ୍ତ୍ର ଶିବିରରେ ରହିବାକୁ ଦିଆଯାଉଛି। ଏହି ସଚେତନତା କାର୍ୟ୍ୟରେ ଲକ୍ଷଲକ୍ଷ ସଂଖ୍ୟାରେ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଭୂତାଣୁକୁ ନିୟନ୍ତ୍ରଣ ଲାଗି ସମସ୍ତଙ୍କର ସହଯୋଗ ଲୋଡିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କୁ ସହାୟତାର ହାତ ବଢାଇବାକୁ କୁହାଯାଇଛି।

ଅନ୍ୟପଟେ ଫେବୃଆରୀ ପ୍ରଥମ ସପ୍ତାହରେ ଚୀନର ଉହାନରୁ ଫେରାଇ ଅଣାଯାଇଥିବା ୪୦୬ ଭାରତୀୟଙ୍କ ରକ୍ତ ନମୁନାର ଚୂଡାନ୍ତ ରିପୋର୍ଟ ନେଗେଟିଭ୍‌ ରହିଛି। ଆଇଟିବିପିର ସ୍ବତନ୍ତ୍ର ଶିବିରରେ ଅଲଗା ଭାବେ ରଖାଯାଇଥିବା ଏହି ଚୀନ ଫେରନ୍ତା ଭାରତୀୟଙ୍କ ରକ୍ତ ନମୁନାକୁ ବାରମ୍ବାର ପରୀକ୍ଷା କରାଯିବା ପରେ ଏହା ନେଗେଟିଭ୍ ଥିବା ଅଧିକାରୀମାନେ କହିଛନ୍ତି। ଏହି ନାଗରିକମାନଙ୍କୁ ସୋମବାର ଠାରୁ ପର୍ୟ୍ୟାୟକ୍ରମେ ମୁକ୍ତ କରାଯିବ। ଚୂଡାନ୍ତ ପରକ୍ଷୀ ପାଇଁ ଶୁକ୍ରବାର ଏହି ଭାରତୀୟଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ବୋଲି ଆଇଟିବିପି ମୁଖପାତ୍ର କହିଛନ୍ତି।

- Advertisement -

ତେବେ ଜାପାନର ଡାଇମଣ୍ଡ ପ୍ରିନ୍ସେସ୍‌ କ୍ରୁଜ୍ ଜାହାଜରେ ଅଟକ ରହିଥିବା ଭାରତୀୟ କର୍ମଚାରୀଙ୍କ ମଧ୍ୟରୁ ଆଉ ଦୁଇଜଣ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାଯାଇଛି। ଜାପାନ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ସଂକ୍ରମିତ ଭାରତୀୟଙ୍କୁ ଚିକିତ୍ସା ପାଇଁ ସ୍ବତନ୍ତ୍ର କେନ୍ଦ୍ରକୁ ପଠାଯାଇଛି। ଟୋକିଓସ୍ଥିତ ଭାରତୀୟ ଦୂତାବାସ ଜାପାନ ସରକାର ଓ ଜାହାଜ ପରିଚାଳନା କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ଭାରତୀୟଙ୍କ ସୁରକ୍ଷା ବାବଦରେ ଆଲୋଚନା କରିଛନ୍ତି। ପୂର୍ବରୁ ଆଉ ୩ଜଣ ଭାରତୀୟ ଏହି ଭୂତାଣୁ ସଂକ୍ରମିତ ହୋଇଥିଲେ। ଭାରତୀୟଙ୍କ ବ୍ୟତୀତ ଜାହାଜ​‌େ​‌ର ୧୦୦୦ରୁ ଅଧିକ କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୫୫ଜଣ କରୋନା ସଂକ୍ରମିତ ହୋଇଛନ୍ତି।

ଇତିମଧ୍ୟରେ ଫ୍ରାନ୍ସରେ କରୋନା ଭୂତାଣୁ ସଂକ୍ରମଣ ଘଟଣା ଘଟିଛି। ଏଥିରେ ଆକ୍ରାନ୍ତ ଜଣେ ଫରାସୀ ନାଗରିକ ପ୍ରାଣ ହରାଇଛନ୍ତି। ଏସିଆ ବାହାରକୁ ଏହି ବ୍ୟାଧି ବ୍ୟାପୁଥିବାରୁ ବିଶ୍ୱବ୍ୟାପୀ ଏକ ମହାମାରୀ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ଚୀନର କେନ୍ଦ୍ରୀୟ ବ୍ୟାଙ୍କ ଏହି ରୋଗ ବ୍ୟାପୁଥିବାରୁ ବ୍ୟାଙ୍କ ନୋଟ୍‍ ଦ୍ୱାରା ଯେପରି ଭୂତାଣୁ ସଂକ୍ରମଣ ନ ହୁଏ, ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକମାନଙ୍କ ଦ୍ୱାରା ବ୍ୟବହୃତ ନୋଟ୍‍ଗୁଡ଼ିକୁ ବିଶୋଧନ କରାଯିବା ସହ ୧୪ ଦିନ ପର୍ୟ୍ୟନ୍ତ ସଂରକ୍ଷିତ ରଖିବା ପରେ ପୁଣି ବଜାରକୁ ଛଡ଼ାଯାଉଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories