www.samajalive.in
Monday, December 15, 2025
16.1 C
Bhubaneswar

ରାଧାଗୋବିନ୍ଦପୁର ପଞ୍ଚାୟତରେ ଆଗ୍ନିକଙ୍କୁ ସମ୍ବର୍ଦ୍ଧନା

ଆଠଗଡ :  ରାଧାଗୋବିନ୍ଦପୁର ପଞ୍ଚାୟତ ପକ୍ଷରୁ ଗୁରୁବାର କରୋନା ଯୋଦ୍ଧା ଏବଂ ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟରେ ସାହସିକତା ପ୍ରଦର୍ଶନ କରିଥିବା ଆଗ୍ନିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରାଧାଗୋବିନ୍ଦପୁର ଉପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରଭାକର ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ କୋଭିଡ-୧୯ ମହାମାରୀ ସମୟରେ ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଆଠଗଡର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଅଗ୍ନିଶମ ବିଭାଗ ପକ୍ଷରୁ ଆଗ୍ନିକମାନେ ରାତିଦିନ ଏକ କରି ବିଶୋଧନ କାର୍ଯ୍ୟକ୍ରମ କରିଥିବାରୁ ସେମାନେ ବାସ୍ତବିକ ପ୍ରଶଂସାର ପାତ୍ର ବୋଲି ପ୍ରକାଶ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍‍ ଶ୍ରୁତିଧର ପ୍ରଧାନ, ସମ୍ମାନିତ ଅତିଥିଭାବେ ଅଗ୍ନିଶମ ଅଧିକାରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ସମିତିସଭ୍ୟ ରଞ୍ଜିତ କୁମାର ସ୍ୱାଇଁ, ସାମ୍ବାଦିକ ସୁଧିରଞ୍ଜନ ଦାଶ ଓ ସତ୍ୟପ୍ରସାଦ ରଥ ଯୋଗଦେଇ କୌଣସି ଏକ ପଞ୍ଚାୟତ ପକ୍ଷରୁ ଏପରି ଆଗ୍ନିକଙ୍କୁ ସମ୍ବର୍ଦ୍ଦନା ଦେବା ପ୍ରଥମ ଘଟଣା ବୋଲି ମତବ୍ୟକ୍ତ କରିଥିଲେ ।

- Advertisement -

ଏଥିସହିତ ଗତ ବନ୍ୟା ସମୟରେ ସାପୁଆ ନଦୀରେ ଦୁର୍ଘଟଣା କାରଣରୁ ଖସି ପଡି ମୃତ୍ୟୁବରଣ କରିଥିବା ଶିକ୍ଷକଙ୍କ ମୃତଦେହ ଉଦ୍ଧାର ଏବଂ ଘଣ୍ଟିଖାଲସ୍ଥିତ ନିଧିପୁର ଗଡାରେ ଭାସିଯାଉଥିବା କାର ମଧ୍ୟରୁ ୪ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରି ସେମାନଙ୍କର ଜୀବନ ବଞ୍ଚାଇବା ଭଳି ସାହସିକ କାମ ଆଗ୍ନିକମାନେ ନିଜ ଜୀବନକୁ ବାଜି ଲଗାଇ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମୁଖ୍ୟ ଆଗ୍ନିକ ସୁଶାନ୍ତ କୁମାର ସାମଲ, ଆଗ୍ନିକ ଦୀପକ କୁମାର ସାହୁ, ଅନୁଜ ସେଠୀ, କ୍ରିପାଲ ରାଉଳ, ବିଜୟ କୁମାର ନାୟକ ଓ ଯୁବ ସମାଜସେବୀ ବିଶ୍ୱଜିତ୍‍ ମାଝିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମବାୟବିତ୍‍ ଶୈଳେନ୍ଦ୍ର ନାରାୟଣ ସ୍ୱାଇଁ, ଧାଇପୁରର ପୂର୍ବତନ ସରପଞ୍ଚ ବୀରବର ଜେନା, ପୂର୍ବତନ ସମିତିସଭ୍ୟ ଅଜୟ କୁମାର ମହାପାତ୍ର ଏବଂ ସମସ୍ତ ୱାର୍ଡସଭ୍ୟଙ୍କ ସମେତ ଅଙ୍ଗନବାଡି କର୍ମୀ ଯୋଗଦାନ କରିଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories