ଫେସବୁକରେ ପ୍ରେମ, ୩୫ଲକ୍ଷ ଲୁଟ୍‍

0

କୁହାଯାଏ ପ୍ରେମ ଅନ୍ଧ। ଏହା ଜାତି-ଧର୍ମ, ଭେଦ-ଭାବ, ଉଚ୍ଚ-ନିଚ୍ଚ କିମ୍ବା ବୟସ ମାନେନି। ଅନ୍ଧ ଭାବରେ ପ୍ରେମ କରି ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଆଜିକାଲି ଅନେକ ଲୋକ ସାମାଜିକ ଗଣମାଧ୍ୟମ ଯଥା- ଫେସବୁକ, ଟ୍ୱିଟର, ଇନ୍‍ଷ୍ଟାଗ୍ରାମ୍‍ରୁ କଥାହୋଇ ଅଜଣା ଲୋକଙ୍କ ସହ ସମ୍ପର୍କ ବଢାଉଛନ୍ତି, ଯେଉଁ ସମ୍ପର୍କ ପରବର୍ତ୍ତି ସମୟରେ ପ୍ରେମ ସମ୍ପର୍କରେ ପରିଣତ ହେଉଛି। ଏବେ ଏକ ନୂଆ ଖବର ସାମ୍ନାକୁ ଆସିଛି, ଖବରଅନୁସାରେ ଜଣେ ୬୬ବର୍ଷ ବୟସ୍କ ବୃଦ୍ଧ ଫେସବୁକରେ ପ୍ରେମ କରି ହଟହଟା ହୋଇଛନ୍ତି। ପ୍ରେମରେ ପଡ଼ି ସେ ୩୫ଲକ୍ଷ ଟଙ୍କା ହରାଇଛନ୍ତି। ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ପ୍ରେମ କାହାଣୀ ….

ଖବରଅନୁସାରେ ହରିୟାଣାର ଗୁରୁଗ୍ରାମର ରହୁଥିବା ୬୬ବର୍ଷ ବୟସର ଜଣେ ଅବସାରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ପାଖକୁ ଜେନି ଆଣ୍ଡ୍ରସନ ନାମ୍ନୀ ଜନୈକ ମହିଳା, ଫ୍ରେଣ୍ଡ୍‍ ରିକ୍ୟୁଷ୍ଟ ପଠାଇଥିଲେ, ଯାହାକୁୂ ସେ ଗ୍ରହଣ କରିଥିଲେ। ପରେ ସେ ତାଙ୍କ ସହ କଥା ହେବା ଆରମ୍ଭ କରିଦେଇଥିଲେ। ଧିରେ ଧିରେ ମହିଳା ଜଣଙ୍କ ବୃଦ୍ଧଙ୍କର ନିକଟତର ହୋଇଥିଲେ, ମହିଳା ଜଣଙ୍କ ବୃଦ୍ଧଙ୍କୁ ସେ ଲଣ୍ଡନରେ ରୁହନ୍ତି ବୋଲି କହିଥିଲେ। ତାଙ୍କର ଭାରତ ସମେତ ପୃଥିବୀର ଅନେକ ସ୍ଥାନରେ ବ୍ୟବସାୟ ରହିଛି ଏବଂ ଏଥିପାଇଁ ସେ ଅନେକ ଥର ଭାରତ ଆସିଛନ୍ତି ବୋଲି କହିଥିଲେ। ମହିଳାଙ୍କର ଲଣ୍ଡନରେ ଏକ ଗହଣା ଦୋକାନ ଥିବା କହିଥିଲେ।

କିଛିଦିନ ପରେ ଉଭୟ ହ୍ୱାଟ୍ସଆପରେ କଥା ହୋଇଥିଲେ। ଏହିଭଳି ଧିରେ ଧିରେ କଥା ହେବାରେ ମହିଳାଙ୍କ ପ୍ରତି ବୃଦ୍ଧଙ୍କର ପ୍ରେମ ହୋଇଯାଇଥିଲା। ଏହାପରେ ମହିଳା ବୃଦ୍ଧଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବା ପାଇଁ କହିଥିଲେ, ବୃଦ୍ଧ ଜଣଙ୍କ ମନା କରିପାରିନଥିଲେ, ସେ କାହାକୁ କିଛି ନକହି ମହିଳାଙ୍କ ବ୍ୟାଙ୍କ୍‍ ଆକାଉଣ୍ଟ୍‍ରେ ୧୩ ଲକ୍ଷ ଟଙ୍କା ଜମା କାରିଥିଲେ। ଏହାପରେ ଧିରେ ଧିରେ ବୃଦ୍ଧ ଜଣକ ତାଙ୍କ ସମ୍ପର୍କୀୟ ମାନଙ୍କ ଠାରୁ ଟଙ୍କା ଉଧାର କରି ଆଉ ୨୨ଲକ୍ଷ ଟଙ୍କା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିଲେ।
ଅସଲ ଖେଳ ସେତେବେଳେ ଆରମ୍ଭ ହେଲା ଯେତେବେଳେ ମହିଳା ଜଣଙ୍କ ବୃଦ୍ଧଙ୍କୁ ଲଣ୍ଡନ ଦେଖା କରିବାପାଇଁ ଡାକିଥିଲେ, କିନ୍ତୁ ବୃଦ୍ଧ ମନାକରିଦେବାରୁ ମହିଳା ନିଜେ ଭାରତ ଆସିବେ ବୋଲି କହିଥିଲେ। ମହିିଳା ଫୋନ କରି କହିଥିଲେ ସେ ମୁମ୍ବଇ ବିମାନ ବନ୍ଦରରେ ଓହ୍ଲାଇବେ ଓ ସେଠୁ ଦିଲ୍ଲୀ ଯିବେ।

ଏହାପରେ ଜୁନ୍‍ ମାସ ୧ତାରିଖରେ ବୃଦ୍ଧଙ୍କ ପାଖକୁ ଫୋନ ଆସିଥିଲା। ଫୋନରେ ପୂଜା ନାମକ ଜଣେ ମହିଳା ବୃଦ୍ଧଙ୍କ ସହ କଥାହୋଇଥିଲେ। ସେ ନିଜକୁ ଇମିଗ୍ରେସନ ଡିପାର୍ଟମେଣ୍ଟରୁ କହୁଛନ୍ତି କହି, କହିଥିଲେ ଆପଣଙ୍କ ବନ୍ଧୁ ଜେନିଙ୍କୁ ମୁମ୍ବଇ ବିମାନ ବନ୍ଦରରେ ୬୮ଲକ୍ଷ ଟଙ୍କାର ବୈଦେଶିକ ମୂଦ୍ରା ସହିତ ଗିରଫ କରାଯାଇଛି, ଏହାକହି ପୂଜା ନାମ ଧାରୀ ସେହି ମହିଳା ବୃଦ୍ଧଙ୍କୁ ଜେନିଙ୍କ ସହ ଫୋନରେ କଥା କରାଇଥିଲେ। ଜେନି ଫୋନରେ କାନ୍ଦି କାନ୍ଦି ବୃଦ୍ଧଙ୍କୁ କହିଥିଲେ ଆପଣ ଫାଇନ୍‍ ବାବଦରେ ଯାହା ଟଙ୍କା ମାଗୁଛନ୍ତି ଦିଅନ୍ତୁ।

ଏହାପରେ ବୃଦ୍ଧ ତାଙ୍କ ବନ୍ଧୁ ମାନଙ୍କ ଠାରେୁ ଟଙ୍କା ଉଦ୍ଧାର କରି ଅଲଗା ଅଲଗା ତାରିଖରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିଲେ। ଏହିଭଳି ଭାବରେ ମହିଳାଙ୍କ ଆକାଉଣ୍ଟ୍‍ରେ ସମୁଦାୟ ୩୫ଲକ୍ଷ ଟଙ୍କା ଜମା କରିଥିଲେ। ଟଙ୍କା ପାଇବା ପରେ ମହିଳା ଜଣଙ୍କ ଆଉ ବୃଦ୍ଧଙ୍କ ସହ କଥା ହୋଇନଥିଲେ। ବୃଦ୍ଧ ଜଣଙ୍କ ଜେନିଙ୍କ ସହ କଥା ହେବାପାଇଁ ପ୍ରୟାସ କରିଥିଲେ, ମାତ୍ର ତାଙ୍କର ଫୋନ୍‍ ଲାଗିନଥଲା। ସେ ହ୍ୱାଟ୍ସଆପ ଏବଂ ଫେସବୁକରେ ଅନେକ ମେସେଜ ମଧ୍ୟ କରିଥିଲେ। ମାତ୍ର ଏହାର କୌଣସି ଜବାବ୍‍ ଆସିନଥିଲା। ଏହାପରେ ବୃଦ୍ଧ ଜଣଙ୍କ ମହିଳାଙ୍କ ନାମରେ ଏଥିନେଇ ଡିଏଲଏଫ- ୧ ଥାନାରେ ଏକ ଏଫ୍‍ଆଇଆର୍‍ ଦେଇଥିଲେ।

Leave A Reply