ତଣ୍ଡ ଗଣିବ ଫେସବୁକ

ଡେସ୍କ: ଫେସବୁକର ମୂଳ କମ୍ପାନୀ ମେଟା ନିଜର ଭୁଲ ପାଇଁ ତଣ୍ଡ ଗଣିବ। ୨୦୧୮ ମସିହାରେ ସଠିକ ଭାବେ ତଥ୍ୟ ନ ଦେବା ଅଭିଯୋଗରେ ମେଟାକୁ ଏହି ଅର୍ଥ ଦେବାକୁ ପଡିବ। କମ୍ପାନୀ ଏଥିପାଇଁ ପ୍ରାୟ ୬.୮ ମିଲିଅନ ଡଲାର ଅର୍ଥ ପ୍ରଦାନ କରିବ। ସୂଚନା ମୁତାବକ, ଫେସବୁକ ୨୦୧୮ରେ ଇସ୍ରାଏଲର କମ୍ପାନୀ ରେଡ଼କିକ୍ସ ଓ ୨୦୧୯ରେ ସର୍ଭିସ ଫ୍ରେଣ୍ଡସକୁ ଅକ୍ତିଆର କରିଥିଲା କିନ୍ତୁ ଏ ନେଇ ଇସ୍ରାଏଲର କମ୍ପିଟସନ ଅଥରିଟିକୁ ସଠିକ ସମୟରେ ଅବଗତ ନ କରାଇବା ଯୋଗୁ ଏହି ଜରିମାନା ଦେବାକୁ ପଡିବ।

Comments are closed.