www.samajalive.in
Saturday, December 6, 2025
15.1 C
Bhubaneswar

ବ୍ଲିଚ୍‍ କରିବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ତ୍ୱଚାର ଚମକକୁ ବୃଦ୍ଧି କରିବା ପାଇଁ ଯୁବତୀ ହୁଅନ୍ତୁ ଅଥବା ମହିଳା ବହୁ ସମୟରେ ବ୍ଲିଚ୍‍ କରିଥାଆନ୍ତି। ବ୍ଲିଚ୍‍ କରିବା ଦ୍ୱାରା ତ୍ୱଚା ଗୋରା ଓ ଚମକ ଦେଖାଯାଏ। କେତେକ ପାର୍ଲରରେ ତ କେତେକ ଘରେ ବ୍ଲିଚ୍‍ କରିଥାଆନ୍ତି। ମାତ୍ର ଘରେ ବ୍ଲିଚ୍‍ କରିବା ପୂର୍ବରୁ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ନଚେତ ଏହା ମୁହଁ ଉପରେ କୁପ୍ରଭାବ ପକାଇଥାଏ। ଜାଣନ୍ତୁ ଏହା ବିଷୟରେ ….
ଯଦି ଆପଣ ପ୍ରଥମ ଥର ବ୍ଲିଚ କରୁଛନ୍ତି, ତେବେ ନିଜ ତ୍ୱଚା ଅନୁଯାୟୀ, ବ୍ଲିଚ୍‍ କ୍ରିମର ଚୟନ କରନ୍ତୁ। ପ୍ରଥମେ ନିଜ ହାତରେ ସାମାନ୍ୟ ପରିମାଣରେ ଲଗାଇ ପରଖନ୍ତୁ, ଏହା ଚର୍ମ ପାଇଁ ସଠିକ କି ନାହିଁ।
ଚର୍ମରେ ପୋଡ଼ା ଜଳା ଭଳି ଅନୁଭବ ହେଲେ ସେହି କ୍ରିମ ବ୍ୟବହାର କରିବେ ନାହିଁ।
ବ୍ଲିଚ୍‍ କରିବା ପୂର୍ବରୁ ଆଇବ୍ରୋ କରନ୍ତୁ ନାହିଁ। ବ୍ଲିଚକୁ କ୍ରିମକୁ ତାହାର ବ୍ରଶ ସାହାଯ୍ୟରେ ଲଗାନ୍ତୁ।
ବ୍ଲିଚ୍‍ କରିବା ପୂର୍ବରୁ ପ୍ରଥମେ ତ୍ୱଚାକୁ ଫେସ ୱାସରେ ଧୋଇ ଦିଅନ୍ତୁ।
ଏହାରେ କ୍ରିମକୁ ମୁହଁରେ ଓ ବେକରେ ଲଗାନ୍ତୁ। ଧ୍ୟାନ ଦେବେ ଏହା ଯେପରି ଆଇବ୍ରୋରେ ନଲାଗେ।
୧୦ ରୁ ୧୫ ମିନିଟ କ୍ରିମ ଲଗାଇ ରଖିବା ପରେ ଟିସୁ ପେପର କିମ୍ବା ସ୍ପଞ୍ଜ ଦ୍ୱାରା ଏହାକୁ ପୋଛି ଦିଅନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories