www.samajalive.in
Saturday, December 6, 2025
14.1 C
Bhubaneswar

ନବୀନ ନିବାସ ଘେରିବାକୁ ମହିଳା ମୋର୍ଚ୍ଚାର ଉଦ୍ୟମ, ୧୦ରୁ ଅଧିକ କର୍ମୀ ଅଟକ

ଭୁବନେଶ୍ୱର: ରାଜ୍ୟରେ ଦୁଷ୍କର୍ମ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେତେ ଜଣ ମହିଳାକୁ ସୁରକ୍ଷା ଦେଇପାରିଛନ୍ତି ଏନେଇ ପ୍ରଶ୍ନ ପଚାରିବାକୁ ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ନବୀନ ନିବାସ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏୟାରପୋର୍ଟ ରାସ୍ତାରୁ ନବୀନ ନିବାସ ଆଡକୁ ଗଲାବେଳେ ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକାଇଥିଲା। ଫଳରେ ମହିଳା ମୋର୍ଚ୍ଚା ଓ ପୁଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଦେଖିବାକୁ ମିଳିଥିଲା। ମହିଳା ମୋର୍ଚ୍ଚା ୧୦ରୁ ଅଧିକ କର୍ମୀଙ୍କୁ ପୁଲିସ ଅଟକ ରଖିଛି।

ରକ୍ଷକ ଆଜି ରାକ୍ଷସ ସାଜିଛି। ଖାକିରେ ଦାଗ ଲାଗିଛି। ଏଭଳି ପରିସ୍ଥିତିରେ ପୁଲିସ କିଭଳି ଆମମାନଙ୍କୁ ଅଟକାଉଛି ବୋଲି ମହିଳା ମୋର୍ଚ୍ଚାର ଜଣେ କର୍ମୀ ଗଣମାଧ୍ୟମରେ ପ୍ରଶ୍ନ କରିଥିଲେ। ସୂଚନାଯୋଗ୍ୟ, ନାରୀ ନିର୍ଯ୍ୟାତନାକୁ ନେଇ ରାଜନୀତି ନକରିବାକୁ ମୁଖ୍ୟମନ୍ତ୍ରୀ ଗୃହରେ କହିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories