www.samajalive.in
Saturday, December 6, 2025
15.1 C
Bhubaneswar

ପାର୍ଲର ଭଳି ଚମକ ପାଇବା ପାଇଁ ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ ତ୍ୱଚା ପାଇଁ ସ୍କ୍ରବ୍‍

ଧୂଳିମାଟି ଓ ପ୍ରଦୂଷଣ କାରଣରୁ ତ୍ୱଚାର ଚମକ ହ୍ରାସ ପାଇଥାଏ। ସ୍କ୍ରବ କରିବା ଦ୍ୱାରା ମୁହଁରୁ ଦୂଷିତ ପଦାର୍ଥ ବାହାରି ଯାଏ। ଏଥିପାଇଁ ବହୁ ସମୟରେ ପାର୍ଲର ମଧ୍ୟ ଯିବାକୁ ପଡ଼ିଥାଏ। ମାତ୍ର ଘରୋଇ ଉପାୟରେ ତ୍ୱଚା ପାଇଁ କେତେକ ସ୍କ୍ରବ ପ୍ରସ୍ତୁତ କରି ମୁହଁର ଚମକ ବୃଦ୍ଧି କରି ପାରିବା….

courtesy : india.com

ଓଟସ୍‍ ସ୍କ୍ରବ –
ଓଟସ୍‍କୁ ଗୁଣ୍ଡ କରି ଏଥିରେ କଞ୍ଚା କ୍ଷୀର ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ଧିରେ ଧିରେ ୫ ମିନିଟ ପର୍ଯ୍ୟନ୍ତ ଘଷନ୍ତୁ। ୧୦ ମିନିଟ ଯାଏଁ ଏହାକୁ ମୁହଁରେ ରଖି ପାଣିରେ ଧୋଇ ଦିଅନ୍ତୁ।

- Advertisement -
courtesy : tattvasdayspa.com

କମଳା ଚୋପାର ସ୍କ୍ରବ –
କମଳାର ଚୋପାକୁ ଭଲ ଭାବେ ଶୁଖାଇ ଏହାକୁ ପେଷି ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏହି ଗୁଣ୍ଡରେ କିଛି ମୁଲତାନୀ ମାଟି, ସାମାନ୍ୟ ଗୋଲାପ ଜଳ ମିଶାଇ ମୁହଁରେ ଲଗାଇ କିଛି ସମୟ ମସାଜ କରନ୍ତୁ। ଏପରି କରିବା ଦ୍ୱାରା ତ୍ୱଚାରୁ ଦୂଷିତ ପଦାର୍ଥ ବାହାରିବା ସହ ଚମକ ବୃଦ୍ଧି ପାଇଥାଏ।

courtesy : thriftyfun.com

ବେକିଙ୍ଗ ସୋଡ଼ା ସ୍କ୍ରବ –
ଏକ ଚାମଚ ବେକିଙ୍ଗ ସୋଡ଼ାରେ ଅଳ୍ପ ଡ଼ାଲଚିନି ଗୁଣ୍ଡ, ଅଳ୍ପ ଲେମ୍ବୁ ରସ, ମହୁ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ୫ ମିନିଟ ରଖି ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ କିମ୍ବା ୨ ଥର ଏହାକୁ ବ୍ୟବହାର କରନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories