www.samajalive.in
Friday, December 5, 2025
26.1 C
Bhubaneswar

ମୁନ୍‌ ମିଶନ: ୪୦ ଥର ବିଫଳ ହୋଇଛନ୍ତି ରୁଷ, ଆମେରିକା

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୨ ଅଭିଯାନ ବିଫଳ ହୋଇନାହିଁ। ଅଭିଯାନରେ ୯୫% ସଫଳତା ମିଳିଛି। କେବଳ ବିକ୍ରମ ଚନ୍ଦ୍ରପୃଷ୍ଠରେ ପହଞ୍ଚି ପାରିଥିଲେ ଭାରତ ଚନ୍ଦ୍ରପୃଷ୍ଠରେ ପାଦ ରଖିବାରେ ବିଶ୍ଵର ୪ର୍ଥ ଦେଶ ହେବାରେ ଗୌରବ ଅର୍ଜନ କରିଥାନ୍ତା। ମାତ୍ର ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋର ସମ୍ପର୍କ ଚ୍ଛିନ୍ନ ହେବା ପରେ ବୈଜ୍ଞାନିକମାନଙ୍କୁ ନିରାଶ ହେବାକୁ ପଡ଼ିଛି। ତଥାପି ସେମାନେ ଆଶା ହରାଇ ନାହାନ୍ତି। ଆମେରିକା ଏବଂ ରୁଷ ଭଳି ବିକଶିତ ଦେଶ ଏକାଧିକ ଥର ବିଫଳ ହେବା ପରେ ଚନ୍ଦ୍ରପୃଷ୍ଠରେ ପାଦ ରଖିବାରେ ସଫଳ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଆମେରିକା, ରୁଷ ସମେତ ଚୀନ ଚନ୍ଦ୍ରରେ ପାଦ ରଖିବାରେ ସଫଳ ହୋଇଛନ୍ତି।

ଚନ୍ଦ୍ରରେ ପ୍ରଥମେ ପାଦ ରଖିଥିଲା ରୁଷ

ଆମେରିକା ୧୯୫୮ ଅଗଷ୍ଟ ୧୭ରୁ ୧୯୭୨ ଡିସେମ୍ବର ୧୪ ମଧ୍ୟରେ ୩୧ ଥର ମୁନ୍‌ ମିଶନ କରିଥିଲା। ସେଥିରୁ ୧୭ଟି ମିଶନ ବିଫଳ ହୋଇଥିଲା। ଅର୍ଥାତ୍‌ ଆମେରିକାର ମିଶନକୁ ୪୫.୧୭ ପ୍ରତିଶତ ସଫଳତା ମିଳିଥିଲା। ଅନ୍ୟପଟେ ରୁଷ ୧୯୫୮ ସେପ୍ଟେମ୍ବର ୨୩ରୁ ୧୯୭୬ ଅଗଷ୍ଟ ୯ ମଧ୍ୟରେ ମୁନ୍‌ ମିଶନ ଜାରି ରଖିଥିଲା। ଏହି ସମୟରେ ମଧ୍ୟରେ ରୁଷ ୩୩ ଥର ଅଭିଯାନ ଚଳାଇଥିବାବେଳେ ୨୬ ଥର ବିଫଳ ହୋଇଥିଲା। ଅର୍ଥାତ ଆମେରିକା ଏବଂ ରୁଷ ମୁନ୍‌ ମିଶନରେ ୪୦ ଥର ବିଫଳ ହୋଇଛନ୍ତି। ତେବେ ରୁଷର ମିଶନ ‘ଲୁନା-୨’କୁ ସଫଳତା ମିଳିଥିଲା। ୧୯୫୯ ସେପ୍ଟେମ୍ବର ୧୨ରେ ଲୁନା-୨ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲା। ଋଷ ହେଉଛି ପ୍ରଥମ ଦେଶ, ଯିଏ ପ୍ରଥମେ ନିଜର ଯାନକୁ ଚନ୍ଦ୍ରପୃଷ୍ଠରେ ପହଞ୍ଚାଇବାରେ ସଫଳ ହୋଇଥିଲା। କିନ୍ତୁ ଚନ୍ଦ୍ରପୃଷ୍ଠକୁ ମହାକାଶଚାରୀଙ୍କୁ ପଠାଇବାରେ ଆମେରିକା ହେଉଛି ପ୍ରଥମ ରାଷ୍ଟ୍ର।

- Advertisement -

ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ହୋଇଛି ୧୧୦ ମିଶନ

ଭାରତର ଚନ୍ଦ୍ରଯାନ-୨କୁ ବାଦ ଦେଲେ ଏହା ପୂର୍ବରୁ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ଲାଗି ୧୦୯ ଥର ଅଭିଯାନ ହୋଇଛି। ଭାରତ ପୂର୍ବରୁ ଅନ୍ୟ ୬ଟି ରାଷ୍ଟ୍ର ଏହି ଅଭିଯାନରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଦେଶ ରୁଷ, ଆମେରିକା ଏବଂ ଚୀନକୁ ସଫଳତା ମିଳିଛି। ୧୦୯ ମିଶନରୁ ୪୧ଟି ମିଶନ ଫେଲ୍‌ ହୋଇଛି। ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ୩୮ ଥର ପ୍ରୟାସ ହୋଇଛି। ସେଥରୁ ୫୨ ପ୍ରତିଶତ ଉଦ୍ୟମ ସଫଳ ହୋଇଛି। ଭାରତର ଚନ୍ଦ୍ରଯାନ-୨ ମିଶନକୁ ମିଶାଇଲେ ବର୍ତ୍ତମାନ ସୁଦ୍ଧା ମିଶନ ସଂଖ୍ୟା ୧୧୦ରେ ପହଞ୍ଚିଛି।

ପ୍ରଥମେ ମିଶନ ଆରମ୍ଭ କରିଥିଲା ଆମେରିକା

୧୯୫୮ ଅଗଷ୍ଟ ୧୭ରେ ଆମେରିକା ପ୍ରଥମ ମୁନ୍‌ ମିଶନ ଆରମ୍ଭ କରିଥିଲା। ଏହାର ନାମ ଥିଲା ‘ପାୟୋନିୟର O’, ଯାହାର ପ୍ରକ୍ଷେପଣ ବିଫଳ ହୋଇଥିଲା। ୬ଟି ମିଶନ ପରେ ଆମେରିକାକୁ ସଫଳତା ମିଳିଥିଲା। ୧୯୬୯ ଜୁଲାଇ ୨୦ରେ ଆମେରିକା ‘ଆପୋଲୋ ୧୧’ ମିଶନ ଜରିଆରେ ଚନ୍ଦ୍ରପୃଷ୍ଠରେ ନିଜର ଯାନକୁ ଅବତରଣ କରାଇଥିଲା।

କମ୍‌ ସମୟରେ ମହାକାଶ ମିଶନ

ସୋଭିଏଟ ରୁଷ ସର୍ବପ୍ରଥମେ ନିଜର ମୁନ୍‌ ମିଶନ ‘ଲୁନା-୧’କୁ ସବୁଠାରୁ କମ୍‌ ସମୟ ମଧ୍ୟରେ ଚନ୍ଦ୍ରର କକ୍ଷପଥରେ ପହଞ୍ଚାଇ ପାରିଥିଲା। ୧୯୫୯ ଜାନୁୟାରୀ ୨ରେ ଲୁନା-୧ ଉତ୍‌କ୍ଷେପଣ କରାଯାଇଥିଲା। ଏହାର ମାତ୍ର ୩୬ ଘଣ୍ଟା ମଧ୍ୟରେ ଏହା ଚନ୍ଦ୍ରର କକ୍ଷପଥରେ ପହଞ୍ଚିଥିଲା। ସେକେଣ୍ଟ ପ୍ରତି ୩ କିଲୋମିଟର ବେଗରେ ଏହା ଗତି କରିଥିଲା।

୨୦୧୯ରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିଛି ଚୀନ

ଚୀନ ଚଳିତବର୍ଷ ମୁନ୍‌ ମିଶନରେ ସଫଳ ହୋଇଥିଲା। ୨୦୧୮ ଡିସେମ୍ବର ୮ରେ ନିଜର ଚନ୍ଦ୍ରଯାନ ଉତ୍‌କ୍ଷେପଣ କରିଥିଲା। ୨୦୧୯ ଜାନୁୟାରୀ ୩ରେ ଏହାର ଲ୍ୟାଣ୍ଡର ଏବଂ ରୋଭର ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories