www.samajalive.in
Sunday, December 7, 2025
26.1 C
Bhubaneswar

ଘିକୁଆଁରୀ : ମୁହଁରୁ କଳା ଦାଗ ଦୂର କରିବା ସହ ଅନେକ ଲାଭଦାୟକ ହୋଇଥାଏ

ମୁହଁକୁ ସୁନ୍ଦର କରିବା ପାଇଁ ଘିକୁଆଁରୀର ବ୍ୟବହାର କରାଯାଇଥାଏ। ଏଥିରେ ଆଣ୍ଟି-ଫଙ୍ଗଲ ଓ ଆଣ୍ଟି-ବ୍ୟାକ୍ଟେରିଆ ଭରପୂର ମାତ୍ରାରେ ରହିଛି। ମୁହଁ ପାଇଁ ବ୍ୟବହୃତ ଅନେକ ପ୍ରସାଧନ ସାମଗ୍ରୀରେ ଘିକୁଆଁରୀର ବ୍ୟବହାର କରାଯାଇଥାଏ। ବଜାରରେ ଘିକୁଆଁରୀର ଜେଲ ମିଳିଥାଏ। କିନ୍ତୁ ଘରେ ଘିକୁଆଁରୀ ଗଛ ଥି​‌ଲେ ତାହାକୁ ବ୍ୟବହାର କରି ଜେଲ ପ୍ରସ୍ତୁତ କରି ପାରିବା।
ଘିକୁଆଁରୀ ଜେଲ ପ୍ରସ୍ତୁତ କରିବା ପ୍ରଣାଳୀ :

ଘିକୁଆଁରୀ ଗଛରୁ କିଛି ପତ୍ର ତୋଳି ନିଅନ୍ତୁ। ତାକୁ ଭଲ ଭାବେ ଧୋଇ ଦିଅନ୍ତୁ। ତାପରେ ପତ୍ରର ଏକ ପାଖରୁ କାଟି ଚୋପା ଛଡାଇ ଦିଅନ୍ତୁ। ଗୋଟିଏ ଚାମଚ ସାହାଯ୍ୟରେ ସେଥିରୁ ଜେଲ ବାହାର କରି ପାତ୍ରରେ ରଖନ୍ତୁ। ତାପରେ ସେଥିରେ ଭିଟାମିନ-ଇ କ୍ୟାପସୁଲ କିମ୍ବା ଭିଟାମିନ-ସି ତେଲ/ପାଉଡର ମିଶାନ୍ତୁ। ସୁଗନ୍ଧିତ ଜେଲ ପ୍ରସ୍ତୁତ କରିବା ପାଇଁ ସେଥିରେ ଗୋଲାପ ଜଳ ମିଶାଇ ପାରିବେ।

- Advertisement -

ଘିକୁଆଁରୀର ଲାଭ :ଘିକୁଆଁରୀରେ ଆଣ୍ଟି-ମାଇକ୍ରୋବିୟଲ ଗୁଣ ରହିଛି। ଏହା ମୁହଁରୁ କଳା ଦାଗ ଦୂର କରିବା ସହ ଅନେକ ଲାଭଦାୟକ ହୋଇଥାଏ। ଏହା ବ୍ୟାକ୍ଟେରିଆ ଓ ଚର୍ମ ରୋଗ (ଫଙ୍ଗଲ ଇନଫେକସନ୍) ସମସ୍ୟାରୁ ଦୂରେଇ ରଖିଥାଏ।

ଘିକୁଆଁରୀ ଚର୍ମକୁ ପୋଷଣ ପହଞ୍ଚାଇଥାଏ। ଏହା ମୁହଁ ପାଇଁ ଏକ ମଶ୍ଚରାଇଜର ପରି କାମ କରିଥାଏ। ସମସ୍ତେ ଏହାକୁ ବ୍ୟବହାର କରିପାରିବେ। ଏହା ବର୍ଷାଦିନେ ଏଲର୍ଜିରୁ ମଧ୍ୟ ରକ୍ଷା କରିଥାଏ।

ମୁହଁରେ ଦାଗ ରହିଥିଲେ ଘିକୁଆଁରୀ ଜେଲକୁ ପ୍ରତ୍ୟେକ ଦିନ ଲଗାନ୍ତୁ। ଏହାକୁ ପ୍ରତିଦିନ ଲଗାଇବା ଦ୍ବାରା ଦାଗ ଦୂର ହୋଇଥାଏ।

ଘିକୁଆଁରୀରେ ଆଣ୍ଟି-ଅକ୍ସାଇଡ୍ ଭରପୂର ରହିଛି। ଏହା ମୁହଁ ପାଇଁ ସର୍ବୋତ୍ତମ ଅଟେ।

ଏହା ମୁହଁରେ ଲଗାଇବା ଦ୍ବାରା ମୃତ କୋଷ ଗୁଡିକୁ ବାହାର କରିବାରେ ସାହାଯ୍ୟ କରିଥାଏ। ମୃତ କୋଷ ବାହାରିବାରୁ ମୁହଁର ସୌନ୍ଦର୍ୟ୍ୟ ବଢିଥାଏ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories