ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଜାତକରେ ଗ୍ରହମାନଙ୍କର ସ୍ଥିତି ବ୍ୟକ୍ତି ଜୀବନରେ ବହୁ ପ୍ରଭାବ ପକାଇଥାଏ। ମାନ୍ୟତା ରହିଛି ଯେ, ଯେଉଁମାନଙ୍କର ଜାତକରେ ଗ୍ରହର ସ୍ଥିତି ଠିକ ନଥାଏ, ସେମାନଙ୍କୁ ଜୀବନରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆପଣ ହୁଏତ ଜାଣିନଥିବେ ବ୍ୟକ୍ତିର ମୁହଁରୁ ଜାତକରେ ଗ୍ରହର ସ୍ଥିତି ବିଷୟରେ ଜଣାପଡ଼ିଥାଏ। ଜାଣନ୍ତୁ ମୁହଁରୁ କିପରି ଏହା ଜଣାପଡ଼ିଥାଏ….
କିଛି ଲୋକଙ୍କର ଚକ୍ଷୁର ଚମକ ହଠାତ କମିଯିବା ସହ ହାଲିଆ ମଧ୍ୟ ଲାଗିଥାଏ। ଆତ୍ମବିଶ୍ୱାସ ମଧ୍ୟ ହ୍ରାସ ପାଇଥାଏ। ଏପରି ହେଲେ ଜାତକରେ ସୂର୍ଯ୍ୟଗ୍ରହଙ୍କ ସ୍ଥିତି ଠିକ ନାହିଁ ବୋଲି କୁହାଯାଏ।
ଜାତକରେ ସୂର୍ଯ୍ୟଙ୍କ ସ୍ଥିତିକୁ ମଜଭୂତ କରିବା ପାଇଁ ଦୁଇ ହାତ ଉପରକୁ ଉଠାଇ ଓଁ ଉଚ୍ଚାରଣ କରିବା ଉଚିତ। ଏହା ସହ ୨୪ ତର ଗାୟତ୍ରୀ ମନ୍ତ୍ର ମଧ୍ୟ ଜପ କରିବାକୁ କୁହାଯାଇଛି।
ବହୁବାର ଦେଖାଯାଇଥାଏ ଯେ, ମୁହଁ ଶୁଷ୍କ ହେବା ସହ କଳା ଦାଗ ସୃଷ୍ଟି ହୋଇଥାଏ। ଏଥିରୁ ଜାତକରେ ମଙ୍ଗଳଗ୍ରହର ସ୍ଥିତି ସଠିକ ନାହିଁ ବୋଲି ଜଣାଯାଏ। ଏହି ପ୍ରକାରର ବ୍ୟକ୍ତି କମ ମିଠା ଖାଇବା ଦ୍ୱାରା ସମସ୍ୟାରୁ ମୁକ୍ତି ମିଳିଥାଏ।
ମୁହଁ ଶୁଷ୍କ ହେବା,କମ ବୟସରୁ କେଶର ରଙ୍ଗ ଧଳା ହେବା, ଆଖି ତଳ କଳା ପଡ଼ିବା ଏହା ଦ୍ୱାରା ଜାତକରେ ଚନ୍ଦ୍ରମା ଗ୍ରହର ସ୍ଥିତି ଦୁର୍ବଳ ବୋଲି କୁହାଯାଇଛି। ଏହି ପ୍ରକାରର ବ୍ୟକ୍ତି ନିୟମିତ ‘ଓଁ ନମଃ ଶିବାୟ’ ମନ୍ତ୍ରର ଜପ କରିବା ସହ ଅଧିକ ମାତ୍ରାରେ ପାଣି ପିଇବା ଉଚିତ। ଗଛ ଲଗାଇବା ମଧ୍ୟ ଉଚିତ। ଏପରି କରିବା ଦ୍ୱାରା ଜାତକରେ ଚନ୍ଦ୍ରମାର ସ୍ଥିତି ଠିକ ରହେ।
ମୁହଁରୁ ଜାଣନ୍ତୁ ଜାତକରେ ଗ୍ରହର ସ୍ଥିତି
Popular Categories



