www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରଦୀପ ମହାରଥୀଙ୍କ ଘରକୁ ଅଣ୍ଡାମାଡ଼

ଭୁବନେଶ୍ୱର : କୃଷିମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଉପରକୁ ଗୁରୁବାର ଅଣ୍ଡା ଓ ପଚା ଟମାଟୋ ମାଡ଼ ହୋଇଛି। ମହିଳାଙ୍କ ପ୍ରତି ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ କଂଗ୍ରେସ ମହିଳା ମୋର୍ଚ୍ଚା ସଦସ୍ୟମାନେ ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼ କରିଛନ୍ତି । ଏଥିସହିତ ମହିଳା କଂଗ୍ରେସ କର୍ମୀ ହାତରେ ଛାଞ୍ଚୁଣୀ ଧରି ମହାରଥୀଙ୍କ ଘର ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।

- Advertisement -

ଏହି ସମୟରେ ପୁଲିସ ସେମାନଙ୍କୁ ଅଟକାଇଥିଲା । ପରେ ପୁଲିସ ଓ କଂଗ୍ରେସ ମହିଳା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି ।ତେବେ ଏଥିରେ ଉତକ୍ଷିପ୍ତ ହୋଇ ମହିଳା କଂଗ୍ରେସ କର୍ମୀ ମହାରଥୀଙ୍କ ଘର ଉପରକୁ ଅଣ୍ଡା ଓ ପଚା ଟମାଟୋ ମାଡ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପିପିଲି ଗଣଦୁଷ୍କର୍ମ ଘଟଣାରେ କୋର୍ଟଙ୍କ ରାୟ ଶୁଣାଣି ପରେ ମହାରଥୀ ଗଣମାଧ୍ୟମରେ ବିବାଦୀୟ ମନ୍ତବ୍ୟ ରଖିଥିଲେ। କୋର୍ଟ ୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପରେ ପିପିଲି ପୀଡିତାଙ୍କୁ ନ୍ୟାୟ ମିଳିଲା ଓ ସତ୍ୟର ଜୟ ହେଲା ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀଙ୍କ ଏପରି ମନ୍ତବ୍ୟକୁ ନେଇ ମହିଳା କଂଗ୍ରେସ ତୀବ୍ର ନିନ୍ଦା କରିବା ସହ ଆନ୍ଦୋଳନକୁ ଓହ୍ଲାଇଛି। ଅଣ୍ଡାମାଡ ପରେ ମହିଳା କଂଗ୍ରେସ ସଭାନେତ୍ରୀ କହିଛନ୍ତି, ବିବାଦୀୟ ମନ୍ତବ୍ୟ ପାଇଁ ମନ୍ତ୍ରୀ କ୍ଷମା ପ୍ରାର୍ଥନା କରିବା ସହ ଦଳରୁ ଇସ୍ତଫା ଦିଅନ୍ତୁ। ନଚେତ୍ ଏବେ ଟମାଟୋ ଫିଙ୍ଗିଛୁ ଆଗକୁ ଆଉ କିଛି ଫିଙ୍ଗାଯାଇ ପାରେ ବୋଲି ମହିଳା କଂଗ୍ରେସ କହିଛି।

କେବଳ କଂଗ୍ରେସ ନୁହେଁ ପିପିଲି ଗଣଦୁଷ୍କର୍ମ ଘଟଣାରେ ମହାରଥୀଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କଡା ସମାଲୋଚନା କରାଯାଇଛି । ଏହା ସହ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବୋଲି ବିଜେପି ମହିଳା ମୋର୍ଚ୍ଚା କହିଛି । ଏହି ଘଟଣାର  ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଉ ଓ ୨୪ ଘଣ୍ଟା ମଧ୍ୟରେ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ, ନହେଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବିଜେପି ମହିଳା ମୋର୍ଚ୍ଚା ସାମ୍ବାଦିକ ସମ୍ମିଳନୀରେ କହିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories