www.samajalive.in
Sunday, December 7, 2025
16.1 C
Bhubaneswar

ଆଖି ଡେଇଁବା ଶୁଭ କି ଅଶୁଭ! ଜାଣନ୍ତୁ କ’ଣ ରହିଛି ବୈଜ୍ଞାନିକ କାରଣ

ଅନେକ ସମୟରେ ଲୋକଙ୍କ ମୁଖରୁ ଶୁଣିଥିବେ ଆଖି ଡେଉଁଛି। ଅନେକ ଲୋକଙ୍କ ଧାରଣା ଏହା ଶୁଭ କି ଅଶୁଭ। ଏଭଳି ଭାବୁଥିଲେ ଜାଣି ରଖନ୍ତୁ ଏହାର କ’ଣ ଅର୍ଥ। ଆଖି ଡେଇଁବା କେବଳ ଶୁଭ କିମ୍ବା ଅଶୁଭ ନୁହେଁ। ବରଂ ଏହାର ଅନ୍ୟ କାରଣ ମଧ୍ୟ ରହିଛି। ଡାକ୍ତରଙ୍କ ମତାନୁଯାୟୀ, ଏହା ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା। ଯାହା କିଛି କାରଣରୁ ହୋଇଥାଏ।
ସାଧାରଣତଃ ଆଖି ଡେଇଁବା କିଛି ସେକେଣ୍ଡ କିମ୍ବା ମିନିଟ ମଧ୍ୟରେ ଠିକ ହୋଇଯାଇଥାଏ। ଏହା କୌଣସି ବଡ ରୋଗ ନୁହେଁ। ତେବେ ଅଧିକ ଦିନ ଧରି ଏହା ଲାଗି ରହିଲେ, ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।
ଆଖି ଡେଇଁବାର କାରଣ ଡାକ୍ତରଙ୍କ ଅନୁଯାୟୀ, (eyelid myokymia) କୁହାଯାଏ। ଏହା (orbicularis oculi) ଯାହା ଆଖି ଖୋଲିବା ଓ ବନ୍ଦ ହେବାର କାରଣ। ଯାହା କୌଣସି କାରଣରୁ ନିଜର ଦୈନନ୍ଦିନ ପ୍ରକ୍ରିୟା ଠାରୁ ଭିନ୍ନ ହୋଇଥାଏ। ଫଳରେ ଏହି ସମସ୍ୟା ସୃଷ୍ଟି ହୋଇଥାଏ।
ଆଖି ଡେଇଁବାର କାରଣ ….
ଚିନ୍ତାଗ୍ରସ୍ତ ରହିବା
ଅଧିକ ଚା’ କିମ୍ବା କଫିର ସେବନ
ଥକ୍କାପଣ
ଆଖିରେ କୌଣସି ପ୍ରକାର ସଂକ୍ରମଣ
ଆଖି ଶିରାରେ ସମସ୍ୟା
ଆଖି ଡେଇଁବା ଦୁଇ ପ୍ରକାରର। ପ୍ରଥମ ଆଖିପତା ପକାଇବା ଭଳି। ଯାହାକୁ (Essential blepharospasm )କୁହାଯାଏ। ୨ୟଟି (Hemifacial spasm) ଯାହା ତ୍ୱଚାର ଏକ ପାଖ ମାଂସପେଶୀ ଅନ୍ୟ ସହ ଅନ୍ୟଏକ ମାଂସପେଶୀ ସହ ବାଜି ଥାଆନ୍ତି।
ରୋକିବେ କିପରି ?
ଏକ କପଡାକୁ ହାଲକା ଉଷୁମ କରି ଏହାକୁ ଥଣ୍ଡା କରି ଧିରେ ଧିରେ ଆଖି ବନ୍ଦ କରି ସ୍ପର୍ଶ କରନ୍ତୁ।
ଚିନ୍ତାକୁ ନିଜ ଠାରୁ ଦୂରେଇ ରଖନ୍ତୁ। ଚିନ୍ତଗ୍ରସ୍ତ ରହିବା ଦ୍ୱାରା ଆଖି ଡେଇଁବା ସହ ଅନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।
ଅତ୍ୟଧିକ ପରିମାଣରେ ଚା’,କଫି, ଚକୋଲେଟ ଭଳି ଜିନିଷର ସେବନ କରନ୍ତୁ ନାହିଁ।
ଆବଶ୍ୟକ ପରିମାଣରେ ଶୁଅନ୍ତୁ। ନିଦ କମ ହେଲେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।
ଆଖିରେ କୌଣସି ସଂକ୍ରମଣ ଥିଲେ, ଆଖି ଅଧିକ ଶୁଷ୍କ ହେବା, ଲାଲ ହେବା ଦ୍ୱାରା ମଧ୍ୟ ଆଖି ଡେଇଁଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories