www.samajalive.in
Saturday, December 6, 2025
16.1 C
Bhubaneswar

ସମୟ ପୂର୍ବରୁ ଆପଣାନ୍ତୁ ଏହି ଉପାୟ : ଖରାପ ହେବନାହିଁ ଆଖି

ସାଧାରଣତଃ ଆଜିକାଲି ଆଖି ଖରାପ ହେବା ସମସ୍ୟା ସମସ୍ତଙ୍କ ଠାରେ ଦେଖା ଦେଉଛି। ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କର ଏହା ଏହା ମୁଖ୍ୟ ସମସ୍ୟା ପାଲଟିଛି। ତେବେ ଏହାର ଏକ ମୁଖ୍ୟ କାରଣ ହେଉଛି ମୋବାଇଲ୍, ଟିଭି ଓ କମ୍ପ୍ୟୁଟର ଆଦିର ବହୁଳ ବ୍ୟବହାର। ଏଥିସିହିତ ଆଜିକାଲି ବୃଦ୍ଧି ପାଉଥିବା ପ୍ରଦୂଷଣ ପାଇଁ ମଧ୍ୟ ଲୋକମାନଙ୍କର ଆଖି ସମସ୍ୟା ବଢିବାରେ ଲାଗିଛି। ତେବେ ସମୟ ପୂର୍ବରୁ ସଚେତନ ହୋଇଗଲେ ଆପଣଙ୍କ ଦୃଷ୍ଟିଶକ୍ତି ଦୁର୍ବଳ ହେବନାହିଁ ଏବଂ ଆଖିକୁ ଆପଣ ସୁସ୍ଥ ରଖିପାରିବେ। ତେବେ ଚାଲନ୍ତୁ ଜାଣିବା ଆଖିକୁ ସୁସ୍ଥ ରଖିବା ପାଇଁ ଆମକୁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ –

ଟେକ୍ନୋଲୋଜିର ବ୍ୟବହାର କମ୍ କରନ୍ତୁ :
ବିଶେଷଜ୍ଞମାନେ ମଧ୍ୟ ଫୋନ, କମ୍ପ୍ୟୁଟର ଆଦିର କମ୍ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥାଆନ୍ତି। ଅଫିସରେ କମ୍ପ୍ୟୁଟରରେ କାମ କରିବା ଆପଣଙ୍କ ପାଇଁ ବାଧ୍ୟତାମୂଳକ ହୋଇପାରେ, କିନ୍ତୁ ଘରେ ନୁହେଁ। ତେଣୁ ଘରେ କମ୍ପ୍ୟୁଟର ଏବଂ ମୋବାଇଲ ଫୋନ ଠାରୁ ଯେତେ ସମ୍ଭବ ଦୂରେଇ ରୁହନ୍ତୁ।

- Advertisement -

ସଠିକ ଖାଦ୍ୟପେୟ :
କେବଳ ପେଟ ଭରିବା ପାଇଁ ଖାଦ୍ୟ ଖାଆନ୍ତୁ ନାହିଁ। ସେହି ଜିନିଷ ଖାଦ୍ୟରେ ସାମିଲ କରନ୍ତୁ ଯାହାର ସିଧା ପ୍ରଭାବ ଆପଣଙ୍କ ଆଖି ଉପରେ ପଡ଼ିଥାଏ। ଯେତେ ସମ୍ଭବ ପୋଷକ ତତ୍ତ୍ବ ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ। ସବୁଜ ପନିପରିବା, ପାଳଙ୍ଗ, ମାଛ ଏବଂ ଫଳ ଆଦି ଖାଆନ୍ତୁ। ଏପରି ଖାଦ୍ୟ ଖାଇବା ଦ୍ବାରା ଆଖିର ଦୃଷ୍ଟଶକ୍ତି ବଢିବା ସହ ଆଖି ସୁସ୍ଥ ରହିଥାଏ।

ଆଖି ପରୀକ୍ଷା କରାଇବା ଆବଶ୍ୟକ :
ଆଖି ଜଳିବା କିମ୍ବା କମ୍ପ୍ୟୁଟରରେ କାମ କରିବା ଦ୍ବାରା ଆଖିରେ ପାଣି ଆସିବା ଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଆଖି ପରୀକ୍ଷା କରାନ୍ତୁ। ଆଖିରେ କୌଣସି ସମସ୍ୟା ଦେଖା ଦେଉନଥିଲେ ମଧ୍ୟ ବର୍ଷକୁ ଅତିକମରେ ଥରେ ଆଖି ପରୀକ୍ଷା କରାଇବା ଆବଶ୍ୟକ।

ଉଚିତ ସମୟ ବ୍ୟବଧାନରେ ପଲକ ପକାନ୍ତୁ :
ଯଦି ଆପଣ କମ୍ପ୍ୟୁଟରରେ ଦୀର୍ଘ ସମୟ ଧରି କାମ କରୁଛନ୍ତି, ତେବେ ପ୍ରତି ସେକେଣ୍ଡରେ ପ୍ରାୟ ତିନି ରୁ ଚାରିଥର ନିଜର ପଲକକୁ ମଝିରେ ମଝିରେ ପକାନ୍ତୁ। ଏମିତି କରିବା ଦ୍ବାରା ଆଖି ଉପରେ ଚାପ ପଡ଼ିନଥାଏ।

ଆଖିର ବ୍ୟାୟାମ କରନ୍ତୁ :
ଆଖିକୁ ସୁସ୍ଥ ରଖିବାକୁ ଆଖିର ବ୍ୟାୟାମ ନିହାତି ଆବଶ୍ୟକ। ଦୁଇ ପାପୁଲିକୁ ଘସନ୍ତୁ ଯେତେବେଳେ ପାପୁଲି ଗରମ ହୋଇଯିବ ତେବେ ହାଲୁକା ଭାବରେ ଆଖିରେ ରଖନ୍ତୁ। ଏହା ଦ୍ବାରା ଆଖିର ଚାପ ଏବଂ ଯନ୍ତ୍ରଣା ଦୂର ହେବା ସହ ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ। ବାହାରୁ ଆସିଲେ ଆଖିରେ ପାଣି ଛିଟା ନିଶ୍ଚୟ କରନ୍ତୁ। ଏହା ଦ୍ବାରା ଆଖିରେ ଥିବା ଧୂଳି ବାହାରିଯିବ ଏବଂ ଆଖିର କୌଣସି କ୍ଷତି ହେବନାହିଁ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories