www.samajalive.in
Sunday, December 7, 2025
14.1 C
Bhubaneswar

ଧରାପଡ଼ିଲା ପୁଲିସ କର୍ମଚାରୀଙ୍କ ଚୋରା ପ୍ରେମ :  ପ୍ରେମିକାଙ୍କ ଘରେ ଥିବାବେଳେ ପହଞ୍ଚି ଗଲେ ସ୍ତ୍ରୀ

ବଲାଙ୍ଗୀର : ପୁଲିସ କର୍ମଚାରୀଙ୍କ ଚୋରା ପ୍ରେମ ଧରାପଡ଼ିଛି। ସ୍ତ୍ରୀ, ପୁଅ ଘରେ ଥିବାବେଳେ ରାତିରେ ପ୍ରେମିକା ସହ ବିତାଉଥିଲେ ସମୟ। ହଠାତ୍ ସ୍ତ୍ରୀ ପହଞ୍ଚି ସବୁ ଗଡ଼ବଡ଼ କରିଦେଲେ। ସ୍ତ୍ରୀ ପୁଣି ପୁଲିସ ସହିତ ସେଠାରେ ପହଞ୍ଚି ଥିଲେ। ସୂଚନା ଅନୁସାରେ, ବଲାଙ୍ଗିର ରିଜର୍ଭ ପୁଲିସରେ କାର୍ଯ୍ୟ କରନ୍ତି ମଞ୍ଜିତ ସିଂହ ମାଝୀ। ଗତ ୭ ବର୍ଷ ତଳେ ବଙ୍ଗୋମୁଣ୍ଡା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ତାଙ୍କର ପୁଅଟିଏ ମଧ୍ୟ ଅଛି। ବିବାହର କିଛି ଦିନ ପରେ ମଞ୍ଜିତ ଅନ୍ୟ ଜଣେ ଯୁବତୀଙ୍କ ସହ ସଂପର୍କରେ ଆସିଥିଲେ। ଏନେଇ ସ୍ତ୍ରୀ ଜାଣିବା ପରେ ମଞ୍ଜିତଙ୍କୁ ବାରଣ କରିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ସମୟ ମିଳିବାମାତ୍ରେ ସ୍ତ୍ରୀ ପାଖକୁ ଆସିବା ପରିବର୍ତ୍ତେ ପ୍ରେମିକା ପାଖକୁ ପଳାଇଯାଉଥିଲେ। ସରକାରୀ କାମରେ ଚାଳକ ଭାବେ ଗତ ରାତିରେ ହାତୀଶାଳ ପଡ଼ାରେ ରହୁଥିବା ତାଙ୍କ ପ୍ରେମିକାଙ୍କ ଘରକୁ ଯାଇଥିଲେ ମଞ୍ଜିତ। ଏହି ସମୟରେ ମଞ୍ଜିତଙ୍କ ସ୍ତ୍ରୀ ପୁଲିସକୁ ନେଇ ସେଠାରେ ପହଞ୍ଚି ଯାଇଥିଲେ। ସ୍ତ୍ରୀ ଓ ପୁଲିସକୁ ଦେଖି ମଞ୍ଜିତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ପୁଲିସ କର୍ମଚାରୀମାନେ ମଞ୍ଜିତଙ୍କୁ ପିସିଆର ଭ୍ୟାନରେ ଥାନାକୁ ଉଠାଇ ଆଣିଥିଲେ। ଥାନାରେ ବରିଷ୍ଠ ଅଧିକାରୀମାନେ ମଞ୍ଜିତ ପଚରାଉଚରା କରୁଥିବା ଜଣାଯାଇଛି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories