www.samajalive.in
Friday, December 5, 2025
20.1 C
Bhubaneswar

ପମ୍ପିଓଙ୍କ ସହ ବୈଠକରେ ସ୍ପଷ୍ଟ କଲେ ଜୟଶଙ୍କର: କେବଳ ପାକିସ୍ତାନ ସହ ହେବ କାଶ୍ମୀର କଥାବାର୍ତ୍ତା

ବ୍ୟାଙ୍କକ : ଥାଇଲାଣ୍ଡର ବ୍ୟାଙ୍କକଠାରେ ଶୁକ୍ରବାର ଭାରତ ବିଦେଶ ମନ୍ତ୍ରୀ ଏମ ଜୟଶଙ୍କର ଏବଂ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପମ୍ପିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହାଇଛି। ଏହି ବୈଠକରେ କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ ଓ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭାରତ ପକ୍ଷରୁ ଏସ ଜୟଶଙ୍କର ଟ୍ରମ୍ପଙ୍କ ଟିପ୍ପଣୀକୁ ନେଇ କହିଛନ୍ତି ଯେ କାଶ୍ମୀର ପ୍ରସଙ୍ଗରେ କେବଳ ପାକିସ୍ତାନ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ହେବ ଓ କୌଣସି ତୃତୀୟ ପକ୍ଷ ସହ ଏନେଇ ଆଲୋଚନା ହେବ ନାହିଁ।

ପ୍ରକାଶ ଯେ ଜୟଶଙ୍କର ଏବେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଅଛନ୍ତି। ଆସିୟାନ-ଭାରତ ମନ୍ତ୍ରୀସ୍ତରୀୟ ବୈଠକ, ନବମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ବିଦେଶ ମନ୍ତ୍ରୀଙ୍କ ବୈଠକ, ୨୬ତମ ଆସିୟାନ ଆଞ୍ଚଳିକ ମଞ୍ଚ ଏବଂ ୧୦ମ ମେକିଂ ମେଗୋଙ୍ଗ ଗଙ୍ଗା ନିଗମ ମନ୍ତ୍ରୀସ୍ତରୀୟ ବୈଠକ ସମେତ କେତକ ସମ୍ମିଳନୀରେ ଯୋଗଦେବାକୁ ଥାଇଲାଣ୍ଡ ଯାଇଛନ୍ତି। ପମ୍ପେଓଙ୍କ ସହ ସାକ୍ଷାତକାର ପରେ ଜୟଶଙ୍କର ଟ୍ୱିଟ୍‍ କରିଛନ୍ତି ଯେ ଆମେରିକା ବିଦେଶ ମନ୍ତ୍ରୀଙ୍କ ସହ ଆଞ୍ଚଳିକ ମାମଲାରେ ବିସ୍ତୃତ ବୈଠକ ହୋଇଛି। ଏହି ବୈଠକରେ ଭାରତ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ କାଶ୍ମୀର ପ୍ରସଙ୍ଗରେ ଆବଶ୍ୟକ ପଡ଼ିଲେ କେବଳ ପାକିସ୍ତାନ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ହେବ। କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ ପରେ ଏହା ହେଉଛି ଦୁଇ ଅଧିକାରୀଙ୍କ ପ୍ରଥମ ଅଧିକାରିକ ବୈଠକ। ଏହାବାଦ ବୈଠକରେ ଆର୍ଥିକ ଏବଂ ବ୍ୟାପାର ନୀତି ଉପରେ ଆଲୋଚନା ହୋଇଥିଲା।

- Advertisement -

ପ୍ରକାଶ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କହିଛନ୍ତି ଯେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାର ନିଷ୍ପତ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଅଛି। ଭାରତ ଓ ପାକିସ୍ତାନ ଚାହିଁଲେ ମୁଁ ଏହି ପ୍ରସଙ୍ଗରେ ନିଶ୍ଚୟ ହସ୍ତକ୍ଷେପ କରିବି। ଏହା ପୂର୍ବରୁ ଜୁଲାଇ ୨୨ରେ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ମୋଦୀ ତାଙ୍କୁ ପ୍ରସ୍ତାବ ଦେଇଥିଲେ ବୋଲି କହିଥିଲେ । ଭାରତ ଏନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ତୃତୀୟ ପକ୍ଷକୁ ଏଥିରେ ହସ୍ତକ୍ଷେପ କରିବାକୁ ଦିଆଯିବ ନାହିଁ ବୋଲି କହିଛି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories