www.samajalive.in
Friday, December 5, 2025
26.1 C
Bhubaneswar

ଜାଣନ୍ତୁ ପ୍ରଭୁ ମହେଶ୍ୱରଙ୍କ ବିଭିନ୍ନ ନାମର ମହତ୍ତ୍ୱ

ପ୍ରଭୁ ଶିବଶଙ୍କରଙ୍କର ବହୁ ନାମ ଓ ସ୍ୱରୂପ ରହିଛି। ପ୍ରତ୍ୟେକ ନାମର ନିର୍ଦ୍ଦିଷ୍ଟ ମହିମା ସହ ବିଶେଷ ଶକ୍ତି ମଧ୍ୟ ରହିଛି। ଏହି ଶକ୍ତି ସମସ୍ତ ସମସ୍ୟାକୁ ଦୂର କରି ବ୍ୟକ୍ତି ଜୀବନରେ ସୁଖ ଭରି ଦେଇଥାଏ। ଜାଣନ୍ତୁ ପ୍ରଭୁଙ୍କର ବିଭିନ୍ନ ନାମ ଓ ଏହାର ମହତ୍ତ୍ୱ….
ବିଶ୍ୱମ୍ଭର ନାମର ମହତ୍ତ୍ୱ –
କର୍ମକ୍ଷେତ୍ରରେ ନିଯୁକ୍ତି ପାଇବା ପାଇଁ ବିଶ୍ୱମ୍ଭର ନାମକୁ ଜପ କରନ୍ତୁ।
ଏହି ନାମକୁ ପ୍ରତ୍ୟେକ ସମୟରେ ଆପଣ ଜପ କରନ୍ତୁ, ଏପରି କରିବା ଦ୍ୱାରା କର୍ମକ୍ଷେତ୍ରରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ।
ମହେଶ୍ୱର ନାମର ମହତ୍ତ୍ୱ –
ବ୍ୟବସାୟରେ ଉନ୍ନତି ପାଇଁ ଆପଣ ପ୍ରଭୁଙ୍କର ମହେଶ୍ୱର ନାମର ଜପ କରନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ଆଶୁତୋଷ ନାମର ମହତ୍ତ୍ୱ –
ଦାମ୍ପତ୍ୟ ଜୀବନରେ ସମସ୍ୟା ଥିଲେ ପ୍ରଭୁଙ୍କର ଆଶୁତୋଷ ନାମର ଜପ କରନ୍ତୁ। ସକାଳ ସମୟରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ଯଥାସମ୍ଭବ ଏହି ନାମକୁ ଜପ କରନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ମହାଦେବ ନାମର ମହତ୍ତ୍ୱ –
ସକାଳ ସମୟରେ ସ୍ନାନ କରିବା ପରେ ମହାଦେବଙ୍କ ମନ୍ଦିରକୁ ଯାଇ ଜଳ ଅର୍ପଣ କରିବା ପରେ ୧୫ ମିନିଟ ପର୍ଯ୍ୟନ୍ତ ମହାଦେବ ନାମକୁ ଜପ କରନ୍ତୁ। ଏପରି କରିବା ଦ୍ୱାରା ଆପଣ ସ୍ୱାସ୍ଥ୍ୟବାନ ରହିବେ।

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories