www.samajalive.in
Friday, December 5, 2025
26.1 C
Bhubaneswar

ଜୁଆରେ ସ୍ତ୍ରୀକୁ ବାଜି ଲଗାଇଲା ସ୍ୱାମୀ, ଜିତିବା ପରେ ସାଙ୍ଗମାନେ କଲେ ଗଣବଳାତ୍କାର

ଜୌନପୁର : ଉତ୍ତରପ୍ରଦେଶ ଜୌନପୁରରେ ସ୍ୱାମୀ ଦ୍ୱାରା ସ୍ତ୍ରୀକୁ ଜୁଆରେ ବାଜି ଲଗାଇବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ସ୍ୱାମୀ ଜୁଆରେ ହାରିଯିବା ପେର ତାର ସାଙ୍ଗମାନେ ସ୍ତ୍ରୀକୁ ଗଣବଳାତ୍କାର କରିଛନ୍ତି। ପୀଡ଼ିତା ଏନେଇ ଥାନାରେ ଅଭିଯୋଗ କରି ବିଫଳ ହେବା ପରେ ନ୍ୟାୟ ପାଇଁ କୋର୍ଟଙ୍କ ଆଶ୍ରୟ ନେଇଛି।
ଅଭିଯୋଗ ଅନୁଯାୟୀ ଜୁଆରେ ଟଙ୍କା ସରିଯିବା ପରେ ସ୍ୱାମୀ ନିଜ ସ୍ତ୍ରୀକୁ ବାଜି ଲଗାଇ ହାରିଯାଇଥିଲା। ଏହାପରେ ଉକ୍ତ ବ୍ୟକ୍ତିର ସାଙ୍ଗମାନେ ତାର ସ୍ତ୍ରୀକୁ ବଳାତ୍କାର କରିଥିଲେ। ପୁଲିସ ଅଭିଯୋଗ ରୁଜୁ ନକରିବାରୁ ପୀଡ଼ିତା ଜଣଙ୍କ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଘଟଣାକୁ ଗୁରୁତର ସହ ନେଇ ପୁଲିସକୁ ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଗଣବଳାତ୍କାର ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଛନ୍ତି। ଏହାସହ ପୁଲିସ୍‍କୁ ଏଫଆଇଆର ରୁଜୁ କରି ତାର ନକଲ ଅଦାଲତରେ ଦାଖଲ କରିବାକୁ କହିଛନ୍ତି। ଏହି ଘଟଣା ଜାଫରାବାଦ ଥାନା ଅଞ୍ଚଳର। ପୀଡ଼ିତା ମହିଳାଙ୍କ ସ୍ୱାମୀ ଜଣେ ଜୁଆଡି। ସେ ଦିନେ ନିଜ ସାଙ୍ଗଙ୍କ ସହ ଜୁଆ ଖେଳି ସମସ୍ତ ଟଙ୍କା ହାରଯିବା ପରେ ନିଜ ସ୍ତ୍ରୀକୁ ବାଜିରେ ଲଗାଇଥିଲା। ହେଲେ ବ୍ୟକ୍ତି ଜଣକ ଜୁଆରେ ନିଜ ସ୍ତ୍ରୀକୁ ହାରିଯାଇଥିଲା। ଏହାପରେ ତାର ସାଙ୍ଗମାନେ ଜଣକ ପରେ ଜଣେ ତାର ସ୍ତ୍ରୀକୁ ବଳାତ୍କାର କରିଥିଲେ। ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ୍‍ ମାମଲା ରୁଜୁ କରିବାକୁ ମନା କରିଦେଇଥିଲା। ଫଳରେ ମହିଳା ଜଣକ ଏନେଇ କୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories