ଅବକାରୀ ଚଢ଼ଉ ;୧୨୦ ଲିଟର ମଦ ଜବତ, ୪ଗିରଫ
ଚୌଦ୍ୱାର : ଚୌଦ୍ୱାର ଆଖପାଖ ଗ୍ରାମାଞ୍ଚଳରେ ବ୍ୟାପକ ଭାବେ ଚୋରାମଦ ବ୍ୟବସାୟ ଚାଲିଥିବା ଖବର ପାଇ କଟକ ଓ ଚୌଦ୍ୱାର ଅବକାରୀ ବିଭାଗ ତରଫରୁ ମିିଳିତ ଭାବେ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅଧିନ ବଡ଼ ପାଦାଗାଁ, ବଡ଼ ସାମନ୍ତରାପୁର, ମଙ୍ଗରାଜପୁର ଆଦି ଗ୍ରାମରେ ଚଢ଼ଉ କରାଯାଇ ୧୨୦ ଲିଟର ବେଆଇନ ଦେଶୀ ମଦ ଜବତ କରାଯିବା ସହିତ ୪ଜଣ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଏଥି ସହିତ ସେମାନେ ମଦ ନେଉଥିବା ୨ଟି ସ୍କୁଟି ମଧ୍ୟ ଅବକାରୀ ଅଧିକାରୀ ମାନେ ଜବତ କରିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ମଙ୍ଗରାଜପୁର ପଞ୍ଚାୟତ ଅଧିନ ମଙ୍ଗରାଜପୁର ଗ୍ରାମର ବାବୁରାମ ମଳିକ (୫୩), ବଡ଼ ସାମନ୍ତରାପୁରର ସୁବାସୀ ରାଉତ (୬୫), ଟାଙ୍ଗୀ ଅଞ୍ଚଳର ସୁକାନ୍ତ ସାହୁ(୩୦) ଏବଂ ବସନ୍ତ ପ୍ରଧାନ(୪୭) । କଟକ ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଇନିସ୍ପେକ୍ଟର ପ୍ରଭାଷ ଚୌଧୁରୀ, ଚୌଦ୍ୱାର ଅବକାରୀ ଅଧିକାରୀ ନିରାକାର ଦେହୁରୀ,ବିଭାଗୀୟ କର୍ମଚାରୀ ସୁଶୀଲ କୁମାର ଦେବତା, ଦେବବ୍ରତ ଓଝା, ବାସନ୍ତି ଲେଙ୍କା ପ୍ରମୁଖ ଏହିସବୁ ଗ୍ରାମରେ ଚଢ଼ଉ କରି ପୃଥକ ପୃଥକ ଭାବେ ମୋଟ ୧୨୦ ଲିଟର ବେଆଇନ୍ ଦେଶୀମଦ ଜବତ କରିଥିଲେ। ଅଭିଯୁକ୍ତ ମାନଙ୍କୁ ଅଦାଲତ ଚାଲାଣ କରାଯାଇଛି ।
Comments are closed.